Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Simant Kumar Nanda

Others

3  

Dr Simant Kumar Nanda

Others

ଶୁଭ ଦୀପାବଳୀ

ଶୁଭ ଦୀପାବଳୀ

1 min
207


ମରତ ଭୁବନେ ଭାରତ ରାଇଜେ 

ହିନ୍ଦୁ ପର୍ବ ଦୀପାବଳୀ 

ସତ୍ୟର ସ୍ଥାପନେ ଦୁଷ୍ଟ ନିବାରଣେ 

 ବିନିଷ୍ଟ ହୁଅଇ କଳି।

   

ଶ୍ରୀ ରାମଚନ୍ଦ୍ରଙ୍କ ରାଜ୍ୟ ଲେଉଟାଣି 

ଆଜିର ପବିତ୍ର ତିଥେ 

ଅବଧପୁରୀରେ ଅଭ୍ୟର୍ଥନା ପର୍ବ 

ଜାନକୀ ଲକ୍ଷ୍ମଣ ସାଥେ ।

   

ମାଆ ମହାକାଳୀ ନୃମୁଣ୍ଡ ମାଳିନୀ 

ଜଗତ ଉଦ୍ଧାର ପାଇଁ 

ଓହ୍ଲାଇ ଆସିଛି ଏ ଧରା ପୃଷ୍ଠ କୁ

ରଣଚଣ୍ଡୀ ବେଶ ହୋଇ।

   

ମା' କୁ ଡାକନ୍ତି ପୁରଜନ ବାସୀ 

ବିପଦୁ ତରିବା ପାଇଁ 

କାଳୀପୂଜା ବୋଲି ଆଜିର ଦିନଟି

ଆଡ଼ମ୍ବରେ ପୂଜା ହୋଇ।


ମାଆ ହେଲେ ସାହା ଯେତକ ବିପଦ 

ସବୁ ହୋଇଯିବେ ଆଡ 

ଖଡ୍ଗ- ଧାରିଣୀ ସନ୍ତାନ -ରଙ୍କୁଣୀ

ଜଗିଥିବ ହୋଇ ବାଡ଼।


ପିତୃ ପୁରୁଷଙ୍କୁ ଆମନ୍ତ୍ରଣ କରି ଆଣି ଥାନ୍ତି ନିଜ ଦେଶେ 

ଆଶ୍ୱିନ ମାସର ଅପରପକ୍ଷ ସେ 

ମହାଳୟା ଅମାବାସ୍ୟେ।


ସମ୍ମାନିତ କରି ପୂଜା ପିଣ୍ଡ ଦେଇ

କରିଥାନ୍ତି ଆଶିର୍ଭିକ୍ଷା ।

ହିନ୍ଦୁ ରୀତି- ନୀତି ପ୍ରଚଳିତ ଏହି 

ସୁନ୍ଦର ଜୀବନ ଶିକ୍ଷା 


ମୃତାନ୍ତରେ ମଧ୍ୟ ଆତ୍ମୀୟ ସ୍ଵଜନେ 

ଏତେ ଆପଣାର ବୋଲି 

ମୃତ୍ୟୁ ଲୋକର ସେ ପୁରୁଷେ ଭାବନ୍ତି

 ସାକ୍ଷାତ ଜୀବନ୍ତ ଭଳି ।


ଆଦର ସମ୍ମାନ ଅଭ୍ୟର୍ଥନା ପାଇ 

ତିଷ୍ଠିଥିଲେ ମର୍ତ୍ତ୍ୟ ଘରେ।

ପୟା- ଅମାବାସ୍ୟା ଦୀପାବଳୀ ଦିନ ଫେରିବାକୁ ପ୍ରେତପୁରେ ।


ଅନ୍ଧାରରେ ଆସି ଆଲୁଅରେ ଯାଅ

ହେ ପିତୃ- ପୁରୁଷ ଗଣେ 

ବିଦାୟ ଦିଅନ୍ତି କାଉଁରିଆ ଜାଳି

ହାତେ ଧରି ଜଣେ ଜଣେ ।


ଜନମ- ମରଣ ମାନବ ଜୀବନେ 

ସ୍ୱପ୍ନ- ଜାଗରଣ ପରି 

ବନ୍ଧୁ ବାନ୍ଧବ ଓ ପର ପରିଜନ 

ସଭିଙ୍କୁ ନିଜର କରି ।


ହିନ୍ଦୁ ଧରମର ମହାନ ଏ ବାର୍ତ୍ତା 

ପୃଥିବୀରେ ବ୍ୟାପି ଯାଉ 

ସୁଖ ଶାନ୍ତି ପୁଣି ପ୍ରେମ ଓ ବନ୍ଧୁତ୍ୱ

ସଭିଙ୍କୁ ପ୍ରାପତ ହେଉ।



Rate this content
Log in