STORYMIRROR

Dr Simant Kumar Nanda

Children

3  

Dr Simant Kumar Nanda

Children

*।ମା' କୁ ମେଲାଣି।*

*।ମା' କୁ ମେଲାଣି।*

1 min
207

ଆବାହନ କରି ଆଣିଥିଲି ମାତ  

ଦେଖିବୁ ବୋଲି ତୋ ସୃଷ୍ଟି ସମ୍ଭାର  

ବୁଲି ବୁଲି ସବୁ ଦେଖିଲୁ କି ତୁହି  

ସନ୍ତାନ ହୁଅନ୍ତି କି' ନାରଖାର।

     

କାମଧନ୍ଦା ନାହିଁ ରୋଜଗାର ନାହିଁ  

ଦରଦାମ ସବୁ ଗଲା ହୁଗୁଳି  

ପାଠପଢା ଏଠି ଚୁଲିକୁ ଗଲାଣି  

ବିରାଜିଛି ପରା ସବୁଠି କଳି।


କରୋନା ରାକ୍ଷସ ପଞ୍ଝାରେ ପଡ଼ିକି

ସାରା ରାଇଜଟା କି କଲବଲ  

ଗରୀବ ଗୁରୁବା ହନ୍ତସନ୍ତ ହୋ'ନ୍ତି  

ଚାହିଁଛନ୍ତି କରି ଆଖି ବଲବଲ।


ମହାମାରୀ ଭୟେ ଦେଖିଲୁ ତ ମା'  

ସରକାରଙ୍କର କି କଟକଣା

ମାଆକୁ ପିଲାଏ ଦେଖିବିନି ବୋଲି  

ଦେଇଛନ୍ତି ପରା ତିନି ଘୋଡଣା।


ମୂର୍ତ୍ତିକୁ ତୋହର ଛୋଟ କରିଛନ୍ତି  

କୁନି ବୋହୂ ପରି ଦିଶୁ ଜନନୀ  

ମା ' ଭବାନୀ ରଣଚଣ୍ଡୀ ତୁହି  

ଜାଣନ୍ତିନି ପରା ତୋର କାହାଣୀ।


କୃପାଳିନୀ ମାଆଗୋ ଆଲୋ କାତ୍ୟାୟିନୀ  

ଦୟାକରି ଢାଳେ ଆଶିଷ ବାରି  

ସଂସାର ଦୁର୍ଗତି  ହୋଇବ ନିଷ୍କୃତି  

ଦୁଃଖ ଦୁର୍ଦ୍ଦଶାକୁ ନେବୁ ଲୋ ହରି।


ମେଲାଣି ଦେଉଛି ଲୋତକ ନୟନେ  

ଆର ବରଷକୁ ଆସିବୁ ପୁଣି  

ବଞ୍ଚିଥିଲେ ତୋତେ ଦେଖିବି ଆଖିରେ  

ଜଗତ ମାତା ତୁ ଶିବ ଘରଣୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children