STORYMIRROR

Dr Simant Kumar Nanda

Romance

3  

Dr Simant Kumar Nanda

Romance

ତୁମେ ଆଉ ମୁଁ

ତୁମେ ଆଉ ମୁଁ

1 min
179

ତୁମେ ଆଉ ମୁଁ 

ଜଣେ ପୁରୁଷ ପ୍ରକୃତି ଆରକ।

ସଂସାର ର ସୃଷ୍ଟି ପାଇଁ ବିଧି ନିର୍ଦ୍ଧାରିତ।


ଆମେ ଯେ ପୂର୍ବ ନିୟୋଜିତ।

କର୍ମକ୍ଷେତ୍ରେ ଆପଣା ଆପଣା।

ମୋହ ଆକର୍ଷଣ ବନ୍ଦୀ କରିଛି ଆମକୁ

ଫଗୁ ବୋଳା ପ୍ରେମ ଫରୁଆରେ।


ପିଞ୍ଜରାବଦ୍ଧ ପ୍ରାଣୀ ଆମେ।

ସମାଜର ନାଲି ଆଖି 

ଘୂର୍ଣ୍ଣାୟମାନ ଆମ ଚତୁଃପାର୍ଶ୍ଵରେ 


ଯିଏ ସବୁ ଆପଣାର ଅଛନ୍ତି ଏବେ 

ହୋଇଯିବେ ପର 

ବାଢ଼ିଦେବେ ପାତ୍ର ବିକାର ଓ ଘୃଣାର।


ହେ ପ୍ରେମର ଦେବତା ତୁମେ ପ୍ରଣୟର ସତ୍ତା 

ତୁମ ଦତ୍ତ ପ୍ରେମର ସାତ୍ୱିକତ୍ତା 

ପ୍ରବାହାମାନ ଶିରା ପ୍ରଶିରାରେ ଆମ 

ଆକର୍ଷଣ ମିଳନ ବିରହ

ଯନ୍ତ୍ରଣାରେ ଜର୍ଜରିତ 

ଯାହା ପ୍ରକୃତି ନିୟମ ବହିର୍ଭୂତ।


କେଉଁ ପଥେ ଯିବୁ କର ନିର୍ଦ୍ଦେଶିତ।

ଗଢ଼ିବାକୁ ସୃଷ୍ଟିର ତୁମ୍ଭର

ସନ୍ତାନ ଶାଶ୍ଵତ।


କାୟମନୋବାକ୍ୟେ କରି ସମର୍ପଣ 

ନିଜକୁ ତୁମରି ସମ୍ମୁଖରେ

ଆଶ୍ରିତ ତୁମ ଭରସାରେ

କରିବାକୁ ଉପଯୁକ୍ତ ବିଚାର ଆମର 

ଏଇ ଜନମରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance