ସ୍ମୃତି ଅଭିସାର
ସ୍ମୃତି ଅଭିସାର
ଦେଖିଲି ଯେବେଠୁ ତୁମ ଚାନ୍ଦ ମୁହଁ
ଅଜାଣତେ ଦେଲି ମନ,
ଶୟନେ ସପନେ ଅବା ଜାଗରଣେ
ନାଚୁଅଛି ସ୍ମୃତି ଚିହ୍ନ।
କେମିତି ଗଢ଼ିଲା ବିଧାତା ତୁମକୁ
କେଉଁ ରସ ଭରିଦେଇ,
କିମିଆଁ କରୁଛି ଭ୍ରୁଲତାର ସଜ
ଆଖି ଇସାରକୁ ଥୋଇ।
କଅଁଳ ମସୃଣ ଚଣ୍ଡଦେଶେ ତୁମ
ଶୋଭିତ ଚକା ଭଉଁରୀ,
ବିମ୍ବ ଫଳ ସମ ଅଧୃତି ଅଧର
ହୃଦୟ ଦେଉଛି ଘୋରି।
ନହକା ନହକା ଅଣ୍ଟା ହଲା ଚାଲି
ବଢାଏ ତରଙ୍ଗ ଆଭା,
ସ୍ବାଗତ ସମ୍ଭାରେ କୁଚକୁମ୍ଭ ଦ୍ବୟ
ପର୍ବତ ପ୍ରାୟକ ଶୋଭା।
ବଚନ ବିସ୍ତାରି ଦ୍ବିଧା ଦୂର କର
ରସିଚ କି ନାହିଁ ତୁମେ,
ସମ୍ମତି ବିଚାରି କରିବି ପ୍ରେୟସୀ
ନିଶ୍ଚୟ ବଚନ ବନେ ।