STORYMIRROR

Nihar Ranjan Acharya

Romance

3  

Nihar Ranjan Acharya

Romance

ସ୍ମୃତି ଅଭିସାର

ସ୍ମୃତି ଅଭିସାର

1 min
203

ଦେଖିଲି ଯେବେଠୁ ତୁମ ଚାନ୍ଦ ମୁହଁ 

   ଅଜାଣତେ ଦେଲି ମନ, 

ଶୟନେ ସପନେ ଅବା ଜାଗରଣେ 

    ନାଚୁଅଛି ସ୍ମୃତି ଚିହ୍ନ।


କେମିତି ଗଢ଼ିଲା ବିଧାତା ତୁମକୁ

   କେଉଁ ରସ ଭରିଦେଇ, 

କିମିଆଁ କରୁଛି ଭ୍ରୁଲତାର ସଜ 

   ଆଖି ଇସାରକୁ ଥୋଇ।


କଅଁଳ ମସୃଣ ଚଣ୍ଡଦେଶେ ତୁମ 

   ଶୋଭିତ ଚକା ଭଉଁରୀ,  

ବିମ୍ବ ଫଳ ସମ ଅଧୃତି ଅଧର 

  ହୃଦୟ ଦେଉଛି ଘୋରି।


ନହକା ନହକା ଅଣ୍ଟା ହଲା ଚାଲି 

    ବଢାଏ ତରଙ୍ଗ ଆଭା, 

ସ୍ବାଗତ ସମ୍ଭାରେ କୁଚକୁମ୍ଭ ଦ୍ବୟ 

   ପର୍ବତ ପ୍ରାୟକ ଶୋଭା।


ବଚନ ବିସ୍ତାରି ଦ୍ବିଧା ଦୂର କର  

    ରସିଚ କି ନାହିଁ ତୁମେ, 

ସମ୍ମତି ବିଚାରି କରିବି ପ୍ରେୟସୀ

    ନିଶ୍ଚୟ ବଚନ ବନେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance