STORYMIRROR

Binata Mohanta

Romance Inspirational

4  

Binata Mohanta

Romance Inspirational

ବର୍ଷା ଭିଜା ମନ

ବର୍ଷା ଭିଜା ମନ

1 min
45

ବରଷା କୁ ରଚିଲେ ଜଗତ କରତା

ଧରା କୁ ଆସିଲା ନେଇ ଅନେକ ବାରତା ।।

ଜଳ ପାଇ ସଭିଙ୍କର ମନ ଝୁମେ ଆନନ୍ଦ ରେ

କମ୍ଫି ଉଠେ ମେଦିନୀ ମଣ୍ଡୁକର ସ୍ବରେ ।।

ସଭିଙ୍କ ମୁହେଁ ଦେଲା ହସ ସୂର୍ଯ୍ୟାଲୋକ

ବାହାରିଲେ ବୁଲି ସାଧବ ବୋହୂ ଦେଖ ।।

ପୁଷ୍କରିଣୀ ପରିପୂର୍ଣ୍ଣ ବରଷା ଜଳରେ

କମଳ ଖେଳୁଛି ଧିରେ ମୃଦୁ ପବନରେ ।।

ପ୍ରେମୀ ଯୁଗଳ ହାତରେ ହାତ ଧରି

ସପନ ରାଇଜେ ବୁଲୁଛନ୍ତି ମନଭରି ।।

ଆରମ୍ଭ କରିବାକୁ ନୂତନ ପ୍ରେମ ଗାଥା

ବରଷା ଭିଜା ମାଟି ମହକରେ ଅଛି କେତ ଗୁପ୍ତ କଥା ।।

କିଏ ଜାଣେ କେତେଦୂର ଯିବ ଏହି ସଂକଳ୍ପ

ଏହାତ ନୁହେଁ ଏକ ଭାବନାର ଗଳ୍ପ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance