Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binata Mohanta

Romance

4  

Binata Mohanta

Romance

ସ୍ବପ୍ନଚାରିତ

ସ୍ବପ୍ନଚାରିତ

1 min
5


ସ୍ଵପନେ ଆସୁଛ ଗୋପନେ ନେଉଛ

ତନ ମନ ସବୁ ମୋର

ଜାଗ୍ରତେ ଲାଗୁଛି ଆସୁଛ ଆସୁଛ 

ଶୁଭୁଚି ଶଦ୍ଦ ତୁମର ।

ସମ୍ମୁଖେ ଦେଖିଲେ ଖନେଇ ଯାଉଛି

ଶୁଖି ଯାଏ ମୋ ଓଧୋର

ଦୂରକୁ ଯେବେ ତୁମେ ଚାଲି ଯାଅ

ହୃଦୟ ହୁଏ ଅଧିର ।

କି ରୋଗ ଧରିଲା ଆସ ଦେଖି ଯାଅ

ପାଗେଳି ହୋଇଲି ମୁହିଁ

ଉପଚାର କର ଉପାୟ ବତାଅ 

ରୋଗ ଉପଶମ ପାଇଁ ।

ସକାଳୁ ସଞ ତୁମରି ନାମ କୁ ତ

ଜପୁଛି ମୋର ହୃଦୟ

ମିଶି ବାକୁ ଟିକେ ଗପିବାକୁ ଟିକେ

ରଖୁଛି ସେ ଅଭିପ୍ରାୟ ।

ଫୋନ ଘଣ୍ଟି ଶୁଣି ଦଉଡ଼ି ଆସୁଛି

ପକାଉଛ ମନେ କାଳେ

ସ୍କ୍ରିନ୍ ରେ ଯେବେ ଦେଖେ ତୁମରି ନାମ

ସର୍ବାଙ୍ଗ ମୋର ଖେଳେ ।

ପଦେ କଥା ଯଦି ତମ ସାଥେ ହୁଏ

ଦିନ ମୋର ବିତିଯାଏ

ଯେଉଁ ଦିନ ତୁମ ସ୍ଵର ନଶୁଣେ

ଘାଣ୍ଟି ହୋଇ ମରିଯାଏ ।



Rate this content
Log in

Similar oriya poem from Romance