Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binata Mohanta

Others

4  

Binata Mohanta

Others

ଅଧୁନା ନାରୀ

ଅଧୁନା ନାରୀ

1 min
8


ନାରୀ ନୁହଁଇ ପରଦା ପଛର

ଏକ ଅଦୃଶ୍ୟ ଚିତ୍ର ବା କାହାଣୀ

ପ୍ରତି କ୍ଷେତ୍ରରେ ସେ ଆଗୁଆ

ଅଟଇ ପରିପୂର୍ଣ୍ଣା ନାରାୟଣୀ । 


ଅଧୁନା ନାରୀ ନୁହଁଇ ଦୁର୍ବଳା

ଉଲଗ୍ନ ନହୁଏ ସଭା ସ୍ଥଳେ

ଯେଉଁଠି ଶତୃ ଲୁଚି ରହିଲେ ବି

ଖୋଜି ବାହାର କରେ ଜଳେ ସ୍ଥଳେ । 


ଉଚିତ୍ ଶିକ୍ଷା ଗ୍ରହଣ କରିଣ

ସେ ଚଳାଉଛି ଦେଶରେ ଶାସନ

ଜ୍ଞାନ ବୁଦ୍ଧି ଆଉ ଚତୁରତା ବଳେ

ସୁରକ୍ଷିତ କରିଛି ସର୍ବୋଚ୍ଚ ଆସନ। 


ନିଜ ଗ୍ରହରୁ ଯାଇ ପହଁଞ୍ଚିଛ

ସୁଦୂର ଗଗନ ଛେଦି ଅନ୍ତରୀକ୍ଷେ

ନୂତନ ଗବେଷଣାର ଇଚ୍ଛାରେ

ପଦାର୍ପଣ କରିଛି ତା'ର ବକ୍ଷେ । 


କେତେବେଳେ ଧରୁଛି ମେସିନ ଗନ 

କେତେବେଳେ ଚଲାଉଛ ଯୁଦ୍ଧ ବିମାନ 

ଦମନ କରି ଶତ୍ରୁ ସୈନ୍ୟ ଙ୍କୁ

ବଢ଼ାଉଛି ଦେଶର ସମ୍ମାନ । 


କେତେବେଳେ କ୍ରୀଡାବିତ ହୋଇ

ଧରଇ କ୍ରିକେଟ ବ୍ୟାଟ ହକି ବାଡି

ପରାସ୍ତ କରି ବିପକ୍ଷ ଦଳକୁ

ପଦକ ନେଇ ଆସିଛି ବାହୁଡ଼ି । 


ନାରୀ ପଢିଲେ, ନାରୀ ବଢିଲେ

କେବେ କାହାଠାରୁ ନ ହେବ ପରାସ୍ତ

ଶିକ୍ଷା ତାଲିମ ଗ୍ରହଣ କରିଲେ

ସମଗ୍ର ଭାରତ ହେବ ବିକଶିତ ।।


Rate this content
Log in