Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binata Mohanta

Others

3  

Binata Mohanta

Others

ଗୁରୁ ବନ୍ଦନୀୟ

ଗୁରୁ ବନ୍ଦନୀୟ

1 min
118



ଆମରି ସଂସ୍କୃତି ଆମ ପରମ୍ପରା

ଅଟଇ ଅନେକ ପ୍ରାଚୀନ

ମଣିଷ ସମାଜେ ଗୁରୁଙ୍କର ସ୍ଥାନ

ସର୍ବାଗ୍ରେ କରୁ ବିଦ୍ୟମାନ। 


ପ୍ରତି ବିଦ୍ୟାର୍ଥୀଙ୍କ ମଧ୍ୟେ ଖୋଜନ୍ତି

ସମସ୍ତ ଲୁକ୍କାୟିତ ଗୁଣ

ସଭିଙ୍କୁ ବିଦ୍ୟା ବୁଦ୍ଧି କରି ପ୍ରଦାନ

ଦିଅନ୍ତି ଉତ୍ତମ ପ୍ରଶିକ୍ଷଣ। 


ଗୁରୁ ଶିକ୍ଷାକୁ ଯେବେ କରୁ ଗ୍ରହଣ

ବିଦ୍ୟାର୍ଥୀ ରୂପେ ହୋଇ ଉପସ୍ଥିତ

ତାଙ୍କରି ଆଶିଷ ବଳରେ ପହଞ୍ଚୁ

ଶୀର୍ଷ ସ୍ଥାନେ ଆମେ ନିଶ୍ଚିତ। 


ଗୁରୁ ପ୍ରେରଣା ଆଉ ପ୍ରଶିକ୍ଷଣେ

ଶ୍ରେଷ୍ଠ ବିଦ୍ୟାର୍ଥୀ ହୁଏ ସୃଜନ

ତାଙ୍କରି କୃପା ମାର୍ଗ ଦର୍ଶନରେ

ହୁଏ ସୁସ୍ଥ ସମାଜ ଗଠନ । 


ପ୍ରକୃତି ସମାଜ ଆତ୍ମୀୟ ସ୍ୱଜନ

ଠାରୁ ପାଉ ବଞ୍ଚିବାର ଜ୍ଞାନ

ଆଜିବନ ସେମାନେ ଥାନ୍ତି ସାଥିରେ

ସେଥିପାଇଁ ତାଙ୍କୁ ଗୁରୁ ମଣୁ । 


ଗୁରୁଙ୍କ ଶିକ୍ଷା ଜ୍ଞାନ କୌଶଳରେ

ଖେଳି ଉଠେ ଦେଶେ ହରଷ

ସମସ୍ତ ଗୁରୁ ସର୍ବଦା ବନ୍ଦନୀୟ

ଲଭିବା ତାଙ୍କରି ଆଶିଷ ।


Rate this content
Log in