ଋତୁ ଚିରନ୍ତନ
ଋତୁ ଚିରନ୍ତନ
ନିଦାଘରେ ପୋଡ଼ି, ଶ୍ରାବଣରେ ବୁଡି
ତା'ପରେ ଛୁଅଁଇ ଶୀତ
ତନ ମନ ସବୁ ଜଡ କରିଦିଏ
ଉଷ୍ଣତା ଖୋଜେ ହାତ ।
ତୁଳୀ ଧରି ପ୍ରଭୁ ଆଙ୍କି ଦେଇଛ
କେତେ ବଣ ପାହାଡ ନଇ
ଶୀତର ସ୍ପର୍ଶ ପାଇଣ ଧରାରେ
କେତେ ଫଳ ଫୁଲ ଫୁଟଇ ।
ଘାସ ଗାଲିଚାରେ କାକର ବୁନ୍ଦା
ମୁକ୍ତା ପରି ଝଲସୁ ଥାଏ
ସଫେଦ ଚାଦର କୁହୁଡି ଘୋଡାଇ
ମେଘ ଧରାକୁ ଛୁଇଁ ଯାଏ ।
କଅଁଳ ସୂରୁଜ ଆସିଲା ମାତ୍ରେ
ଚହଟେ ସୋରିଷ ଫୁଲ
ଫୁଲ ରୁ ଫୁଲ ଉଡ଼ି ଉଡ଼ି ବସି
ପ୍ରଜାପତି ହୁଏ ଗେଲ ।
ସଂଜ ନଇଁଲେ କାଠ କୁଟା ଜାଳି
ଦୂର କରୁ ଶୀତ ଶୀହରଣ
ରାତିର ବିଛଣା ଡାକଇ ଆସ
କର ଉଷ୍ଣ ପ୍ରେମ ସମ୍ମୋହନ ।
ଉଦ୍ଭିଦ ପ୍ରାଣୀ ସାରା ସଂସାର
ଶୀତକୁ କରନ୍ତି ଆଲିଙ୍ଗନ
ପ୍ରକୃତି ସୁନ୍ଦର ରୂପରେ ଶୋଭେ
ଅଟେ ଏହା ଋତୁ ଚିରନ୍ତନ ।