Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Classics

3  

Sanjya Tripathy

Classics

ନଷ୍ଟ ନଗଡା ଦାରଦ୍ର୍ୟର ଜ୍ୟାମତିରେ

ନଷ୍ଟ ନଗଡା ଦାରଦ୍ର୍ୟର ଜ୍ୟାମତିରେ

1 min
181


ନଷ୍ଟ ନଗଡା

ଦାରଦ୍ର୍ୟର ଜ୍ୟାମତିରେ ଭୋକର ଅପରିବର୍ତ୍ତିତ ଭୂଗୋଳ

ଅପପୃଷ୍ଟିର ପରିମତିରେ ଅପହଞ୍ଚ ଇଲାକା

ଜନନୀ ଯାତ୍ରଣାରେ ବ୍ୟର୍ଥ ମମତା, ଯଶୋଦା, ସୁରଭି

ଏବେ ସମୁଦ୍ରରେ ସର୍କସ ଦେଖନ୍ତି ବିଚ୍ଛନାଞ୍ଚଳ ଶିଶୁ

ଅପପୁଷ୍ଟିର ଅପଖ୍ୟାତିରେ ଅନ୍ୟ ଏକ ଅଧ୍ୟାୟ

ଯୋଗାଯୋଗର ପ୍ରଚେଷ୍ଟାରେ ବ୍ୟର୍ଥ ପ୍ରଶାସନ-ତ୍ରସ୍ତ ଅଧିବାସୀ

କୃଷ୍ଣଚୂଡାର ଛିନ୍ନ ସ୍ତବକରେ ପର୍ଯ୍ୟବସିତ ପ୍ରେମ କାହାଣୀ

ଓଡିଶାସାରା ଭର୍ତ୍ତି ନଗଡା- ସର୍ବତ୍ର ଜନନୀ ଯାତ୍ରଣା

ଉପତ୍ୟକା ଏବେ ବି ବିଚ୍ଛିନ୍ନ-ଅନ୍ଧକାର ଏବେ ବି ପ୍ରଚ୍ଛନ୍ନ

ଘନ କାଳିମାରେ ଅସହାୟତାରେ ଖରିଦ୍ -ବିକ୍ରିର ହିସାବ

ସଭ୍ୟ ସମାଜରେ ବୁଦ୍ଧିଜୀବୀ ଭୁପତିତ-ଜଂଗଲରେ ହେଟାବାଘର ଗର୍ଜନ

କୁକୁର କାନ୍ଦଣାରେ ଶୋକ ପାଳୁଥିବା ନଗଡାର ଅପପୁଷ୍ଟ ଶିଶୁ

ଏବେ ବି ଭୋକିଲା- ଏବେ ବି ଅଭୂଲା ।



Rate this content
Log in

Similar oriya poem from Classics