Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binata Mohanta

Others

3  

Binata Mohanta

Others

ପଖାଳ ଦିବସ

ପଖାଳ ଦିବସ

1 min
10


ମାଟି ହାଣ୍ଡି ରନ୍ଧା ଉଷୁନା ଭାତ

ବଡ଼ିଚୁରା ଶାଗ ଭଜା

କଂସାରେ ଖଟା ତୋରାଣି ଦେଖିଲେ

ଖାଇବାକୁ ଲାଗେ ମଜା ।

ଯୁଗ ବଦଳିଛି ରୂପ ବଦଳିଛି

ବଦଳିଛି ପଖାଳ ଠାଣି

ଗାଁ ହାଣ୍ଡି ଶାଳୁ ବାହାରି ପଖାଳ

ହୋଟେଲରେ ପସିଲାଣି ।

ସଭ୍ୟତା ବଞ୍ଚିଛି, ସଂସ୍କୃତି ଜୀଇଁଛି

ବିବେକ ଯାଇଛି ହଜି

ପଖାଳ ଏବେ ଫ୍ଲେବରରେ ମିଳୁଛି

ଖାଉଛୁ ପସନ୍ଦ ଖୋଜି ।

ପୋଦିନ ,ଧଣିଆ,ଆମ୍ବ ଅଦା ଛେଚା

ଭାରତରେ ମିଶାଇ ଥାଉ

ଦହି ଗୋଳାଇ ସୋରିଷ ଭୃଷଙ୍ଗ ପତ୍ର

ପଖାଳରେ ଛୁଙ୍କ ଦେଉ ।

ପୋଡାପୋଡ଼ି କଞ୍ଚାଲଙ୍କା ପିଆଜ

ଥିଲା ସାଥୀ ପଖାଳର

ପଖାଳ ସାଥେ ପରସୁଛୁ ଏବେ 

ଭଜା ଛଣା ନାନା ପ୍ରକାର ।

ହଜିଗଲା ଆମ ପଖାଳ କଂସା

ତୁଣ୍ଡେ ଲାଗିଲା ବିଦେଶୀ ସ୍ବାଦ

ପଖାଳ ଦିବସ ପାଳୁଛି ରାଜ୍ୟ 

ମନେ ରଖିବାକୁ ଆମରି ଖାଦ୍ୟ ।



Rate this content
Log in