Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binata Mohanta

Classics

4  

Binata Mohanta

Classics

ଶୀତ ଛୁଟି

ଶୀତ ଛୁଟି

1 min
10


ଉଚ୍ଚ ଅଟ୍ଟାଳିକାର ଚାରି କାନ୍ଥ ମଧ୍ୟରୁ

ବାହାରିଲି ଡିସେମ୍ବର ଶୀତ ଛୁଟି କାଟିବାକୁ

ଦେଖିଲି ନୀଳ ଆକାଶ

ଆଉ ସବୁଜ ବନାନୀକୁ

ଭାରି ଖୁସି ଲାଗୁଛି

ଆସି ମୋ ଗାଁ କୁ ।।


ଶୀତର ସ୍ପର୍ଶରେ

ବାଡି ଆମ ହସୁଛି

ସବୁଜ ପନିପରିବା ସହ

କେତେ ରକମ ଫୁଲ ଫୁଟିଛି

ପେନ୍ଥା ପେନ୍ଥା କରମଙ୍ଗା ଆଉ ଲେମ୍ବୁ

ପାଚି ଡାଳେ ଓହୋଳିଛି ।।


ଗୁଣୁଗୁଣୁ ଗୀତ ଗାଇ 

ମହୁମାଛି ଫୁଲ ରସ ପିଉଛି

ଏ ଫୁଲରୁ ଉଡ଼ି ଯାଇ

ସେ ଫୁଲରେ ବସୁଛି

କେତେ ରଙ୍ଗିନ ପ୍ରଜାପତି

ବୁଲିବାର ମୁହିଁ ଦେଖୁଛି ।।


ପ୍ରାତଃ ଭ୍ରମଣରେ ଦେଖିଲି

କୁହୁଡିର ସଫେଦ ଚାଦର

ଘାସ ଉପରେ ପଡ଼ି ଥିବା 

ଟୋପା ଟୋପା କାକର 

ଫୁଲ ଫୁଟି ହଳଦିଆ ଦିସୁଛି 

ଅଳଶି ଓ ସୋରିଷ କ୍ଷେତ କି ସୁନ୍ଦର ।


ଦାଣ୍ଡରେ ଦେଖିଲି ଛୁଆ ବାଛୁରୀ 

ଖରା ପୁଇଁ ବସିଛି  

ଖୁଣ୍ଟରେ ବନ୍ଧା ମା'ଠାରୁ ଛେଳି ଛୁଆ

କ୍ଷୀର ପିଇ ଗେଲ ହଉଛି

ଖୁଡ଼ୀ ମୋର ଗୋବର ଆଣି

ଦୁଆର ଲିପି ଦଉଛି ।


ମୋ ଗାଁର ସବୁ ସୁନ୍ଦର ଛବି 

ହୃଦୟ କୋଣେ ସାଇତି

ମୋ ପରିବାର ସହ ବିତାଇଥିବା 

ଶୀତ ଛୁଟିର ମଧୁର ସ୍ମୃତି  

ପୁଣି ଥରେ ଲେଉଟି ଆସିଲି ସହରକୁ

ନେଇ ଅନେକ ଅନୁଭୂତି ।



Rate this content
Log in

Similar oriya poem from Classics