Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Abismita Mishra

Classics Inspirational

3  

Abismita Mishra

Classics Inspirational

କୁଆପଥରର ବର୍ଷା

କୁଆପଥରର ବର୍ଷା

1 min
189


କିଏ ଖୁସି ହୁଏ କିଏ ଡରିଯାଏ 

ଦେଖି ଏ ଝଡ ତୋଫାନ ଭୟଙ୍କର ,

କେହି ବୁଝି ପାରେନାହିଁ ଜାଣି ପାରେନାହିଁ 

ଦେଖି ଏ କାଳର କୁଆପଥର ।


କୁଆପଥର ଏମିତି ବରଷୁ ଥିଲା 

ଲାଗୁଥିଲା ଯେପରି ବାଦଲ ପଡିବ କି ଗଳି

ହେ ମହାପ୍ରଭୁ କି ସୂଚନା ଦେଉଛ

ସରିବ କି ଏ ଯୁଗ କଳି ?


ଘଣ୍ଟାଏ ଭିତରେ କେତେ ଜୀବଜନ୍ତୁ

ହେଲେ ଆଶ୍ରୟହୀନ 

କେତେ ପଶୁ ପକ୍ଷୀଙ୍କର ଯାଇଛି ଜୀବନ

କେତେ ଲୋକଙ୍କର ହୋଇଛି ଅନେକ କ୍ଷତି 

କିଛି କ୍ଷଣ ପାଇଁ ଅସ୍ତବ୍ୟସ୍ତ ହୋଇ ଯାଇଛି 

ଜୀବନ ହଜି ଯାଇଛି ସଭିଙ୍କ ଶାନ୍ତି ।


ଜଗତର କର୍ତ୍ତା ତୁମେ ସୃଷ୍ଟିକର୍ତ୍ତା ରକ୍ଷା କର ରକ୍ଷାକର,

ତୁମେ ପରା ବିଷ୍ଣୁ ତୁମେ ହିଁ ବ୍ରହ୍ମା ତୁମେ ହିଁ ତ ମହେଶ୍ୱର ।

  


Rate this content
Log in