Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binata Mohanta

Abstract

3  

Binata Mohanta

Abstract

ପ୍ରଥମାଷ୍ଟମୀ

ପ୍ରଥମାଷ୍ଟମୀ

1 min
197


ପହିଲି ସନ୍ତାନ ମଙ୍ଗଳ ନିମନ୍ତେ

ପାଳି ଥାଉ ପ୍ରଥମାଷ୍ଟମୀ

ଜ୍ୟୋଷ୍ଠକୁ ଶ୍ରେଷ୍ଠ କରି ବିଦ୍ୟମାନ

ମଙ୍ଗଳ ମନାସେ ଜନନୀ ।


ଓଡ଼ିଶା ରାଜ୍ୟର କୋଣନୁକୋଣେ

ପାଳୁ ଆମେ ଏହି ପର୍ବ

ମାର୍ଗଶୀର ମାସ ଅଷ୍ଟମୀ ତିଥିକୁ

ଅଷ୍ଟମୀ ପାଳି ଥାଉ ସର୍ବ  ।


ପ୍ରାତଃ ରୁ ସ୍ନାନ କରି ଗୃହ ବଧୂ

ରାନ୍ଧେ ସ୍ବାଦିଷ୍ଟ ବ୍ୟଞ୍ଜନ

ଏଣ୍ଡୁରି ପିଠାକୁ କରି ପ୍ରସ୍ତୁତ

କରିଥାଏ ବନ୍ଦାପନ  ।


ନୂତନ ଚାଉଳ ନୂତନ ବିରିରେ

ପିଠା କ୍ଷୀରି କରିଥାଏ

ହଳଦୀ ପତ୍ରରେ ସିଝା ପିଠାକରି

ସଭିଙ୍କୁ ପରସି ଯାଏ  ।


ନୂତନ ପୋଷାକ ପିନ୍ଧାଇ ଜ୍ୟୋଷ୍ଠକୁ

ଚନ୍ଦନ, ସିନ୍ଦୂର ଦିଏ

ହଳଦୀ ପତ୍ରର ପିଠାରୁ ଖଣ୍ଡିଏ

ପ୍ରସାଦେ ଖୁଆଇ ଥାଏ  ।


ସର୍ବଦା ନିରୋଗ, ସ୍ବାସ୍ଥ୍ୟବାନ ହେଉ

ପ୍ରଭୁଙ୍କୁ ଗୁହାରି କରେ

ସନ୍ତାନ ଦୀର୍ଘାୟୁ କାମନା କରିଣ

ଭକତି ଭାବରେ ଝୁରେ ।


Rate this content
Log in

Similar oriya poem from Abstract