ଶିକ୍ଷା ଦରକାର
ଶିକ୍ଷା ଦରକାର
ଶିକ୍ଷା ପରା ଭାଇ ଶିକ୍ଷା ସବୁଭାଷା
ନୀତି ଶାସ୍ତ୍ର କହୁ ଅଛି,
କୁହେ ନୀତିଶାସ୍ତ୍ର ମାତୃଭାଷା ଆଗ
ଧରିବୁ ତାହାକୁ ବାଛି।
ନିପୁଣହେବୁରେ ଶିକ୍ଷା କ୍ଷେତ୍ରେତୁହି
ସୁନାମ ଅର୍ଜିବୁ ବହୁ,
ନିର୍ମାଣ କରିବୁ ସୁନ୍ଦର ଭାରତ
ଅର୍ଜିବୁ ଖ୍ୟାତି ହିଁ ବହୁ।
ଶକ୍ତିଶାଳୀ ରାଷ୍ଟ୍ର ହେବରେନିର୍ମିତ
ଚିନ୍ତନ ଟି ମାତୃଭାଷା,
ତାପରେଭାଇରେ ରାଷ୍ଟ୍ରଭାଷାପରା
ରାଷ୍ଟ୍ରେଗୁଞ୍ଜେ ରାଷ୍ଟ୍ରଭାଷା।
ଜନନୀର ଭାଷା ଅମୃତ ସମାନ
ରାଷ୍ଟ୍ର ଭାଷା ପରା ପ୍ରାଣ,
ବାନ୍ଧି ହୋଇ ଥିବା ଧରିରଖିଥିବା
କରିବା ସୁରକ୍ଷା ପଣ।
ଗର୍ବିତକରାଏ ମାତୃଭାଷା ଆମ
କରାଏ ଗର୍ବିତ ହିନ୍ଦୀ,
ରାଷ୍ଟ୍ରଭାଷାହିନ୍ଦୀ ଆମଅଭିମାନ
ଗୁଞ୍ଜୁଛି ରାଷ୍ଟ୍ରରେ ହିନ୍ଦୀ।
ହିନ୍ଦୀ ବଳୁଆମେ ଏକତ୍ରିତ ସବୁ
ଗର୍ବିତ କରାଏ ବହୁ,
ଗୁଞ୍ଜୁଛି ବିଶ୍ବରେ ଯାହାରମହିମ
ଗ୍ରହଣ କରନ୍ତି ଏହୁ।