Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

3  

Ajit Kumar Raut

Abstract

ଲାଗିଛି ଭୋଟ ବଜାର

ଲାଗିଛି ଭୋଟ ବଜାର

1 min
65


ଭୋଟର ବଜାର ଲାଗିଛି ରାଷ୍ଟ୍ରର

ଚହଳଗହଳ ଗାଆଁ ସହର

ନିର୍ବାଚନ ପରା ଲୋକତନ୍ତ୍ରର

ସତ୍ତା ସୁଖ ପାଇଁ ନେତା ଆତୁର

କୂଟନୀତି ଦୃଶ୍ୟ ଦିଶେ ନଜର

ଜାତି ଜାତି ରାବ ଶୁଭେ ନେତାର

ଅଭିନୟ ତାର ଦିଶେ ମିଥ୍ୟର

ଗାଆଁକୁ ନଜର ନାହିଁ ତାହାର

ବଚନ ଦିଏ ଟି ନେତା ମିଥ୍ୟାର

ଏପରି ନେତାଙ୍କୁ କର ବହିଷ୍କାର

ଚତୁର୍ଦ୍ଦିଗେ ଲାଗିଛି ଭୋଟ ବଜାର

ଚିତ୍କାର ନେତାର,ଅଭିନୟ ଅପାର

କରି ଦେବ ଏହା କରି ଦେବ ତାହା

ବଚନ ଦିଏ ନେତା ଲାଭର

ମିଥ୍ୟାରେ ଭୂଷିତ ତାର ଶରୀର

କରି ପାରିବକି ଭଲ ଆମର

ଚିହ୍ନିବାର ଦରକାର,

ଲାଗିଛି ଭୋଟ ବଜାର 

କାହିଁକି! ପଡିବ ଟି ଭୋଟ ଆମର !

କରି ଅଛି ଯିଏ,

ଜନ ହିତେ କାର୍ଯ୍ୟ,ନେତା ପରା ସେହୁ ଦେଶର

ଜନତା କଲ୍ୟାଣେ ସମଭାବ ପ୍ରୀତି

ରାଷ୍ଟ୍ରର ନିର୍ମାଣେ ନାହିଁ ଦିନ ରାତି

ଭ୍ରଷ୍ଟାଚାର ଦୂର କରୁଛି ଦେଶର

ଆତ୍ମନିର୍ଭର ମନ୍ତ୍ର ଯୁବା ଯୁବତୀର

ଡିଜିଟାଲ କରିଲା ନୂଆ ଭାରତର

ହସ ଫୁଟାଇଛି ଦେଶବାସୀଙ୍କର

ଅସମ୍ଭବ କାର୍ଯ୍ୟ କଲା ସମ୍ଭବ

ଚନ୍ଦ୍ରଲୋକେ ଉଡେ ତ୍ରିରଙ୍ଗା ଦେଶର

ଶକ୍ତିଶାଳୀ ରାଷ୍ଟ୍ର ନୂଆ କଳେବର

ଗୌରବ ବିଶ୍ବରେ ରାଷ୍ଟ୍ରର ଅପାର

ବିଶ୍ବ ଗୁରୁ କରିବ,ଉଦେଶ୍ୟ ଯାହାର

ରାମରାଜ୍ୟ ପରି କରେ ଶାସନ ଦେଶର

ନାହିଁ ଛୁଟି ଦିନେ କାର୍ଯ୍ୟରେ ତତ୍ପର

ଈଶ୍ୱର କଳାରେ ଭୂଷିତ ଶରୀର

ଦେବାରେ ଭୋଟ ତାହାକୁ

ଗର୍ବିତ କରିଛି ଭାରତବର୍ଷକୁ

ତାଙ୍କୁ ସମର୍ଥନ କରିବା

ଉଜ୍ଜ୍ୱଳ ଭବିଷ୍ୟ ସନ୍ତାନେ ଦେବା ।


Rate this content
Log in

Similar oriya poem from Abstract