STORYMIRROR

Ajit Kumar Raut

Abstract Classics

4  

Ajit Kumar Raut

Abstract Classics

ଶୂନ୍ୟବ୍ରହ୍ମ

ଶୂନ୍ୟବ୍ରହ୍ମ

1 min
49


ଶୂନ୍ୟରେ ସେ ନିବାସ    ନାହିଁରେ କାହିଁ ଦୃଶ୍ୟ।         

      ନେତ୍ରରେ ପଡିନି କାହାର

ସୃଷ୍ଟିକର୍ତ୍ତା  ଅନନ୍ତ      ପାଇନି କେହୁ ଅନ୍ତ 

 ନ ପାଇଲେ ଖୋଜି କେହୁରେ, ଶୂନ୍ୟେ ଜଡ଼ିତ

      ଶୂନବ୍ରହ୍ମଙ୍କୁ ଭକ୍ତି ମୋର

      ସେହୁ ଅଟନ୍ତି ନିରାକର

ପାପୀ ବିନାଶ ଅର୍ଥେ    ଭର୍ତ୍ତ୍ୟପୁରେ ଜନମ

  ମନୁଷ୍ୟ ରୂପ ଧରି ଧର୍ମ କର୍ମ ସ୍ଥାପିତ !!


କୃଷ୍ଣ ରାମ ଅଟୁରେ      ଦାରୁବ୍ରହ୍ମ ରୂପରେ

      ଦର୍ଶନ ତୋହରି କାଳିଆ

କାହ୍ନୁ କୃଷ୍ଣ ନାମରେ   ପ୍ରେମ ପ୍ରୀତି ଦେଲୁରେ

 ବୃନ୍ଦାବନରେ କୃଷ୍ଣ ଗୁଞ୍ଜେ କୃଷ୍ଣ ଭକ୍ତିରେ

     ପୁରୀ କ୍ଷେତ୍ରରେ ତୁ କାଳିଆ

     ଲୀଳା ତୋର ପ୍ରଭୁ ବଢିଆ           

ରାମ ବାଲ୍ୟରୂପହେ   ଅଯୋଧ୍ୟାର ଧାମରେ

 ବିରାଜମାନ ରାମ ଭବ୍ୟ ଦିବ୍ୟ ମନ୍ଦିରେ !!


ନାହିଁ ତୋ ପଟାନ୍ତର    ଶୂନ୍ୟବ୍ରହ୍ମ ଈଶ୍ବର

     ଭକ୍ତିପୂତେ ବୈକୁଣ୍ଠ ଦ୍ବାର

ରୂପ ବ୍ରହ୍ମ ପୂଜନେ    ଜ୍ଞାନ ଯେ ଶୂନ୍ୟ ବ୍ରହ୍ମେ

  ଭକ୍ତି କରୁ ଥିବାରେ   କରି ତାଙ୍କୁ ଆଦର

      ଶୂନ୍ୟବ୍ରହ୍ମ ସେ ନିରାକର

      ଅଟେ ରୂପଶୂନ୍ୟ ଆକାର

ଜ୍ଞାନୀ ଜାଣେ ମହତ୍ତ୍ଵ    ବୁଝି ଥାଏ ସମସ୍ତ

  ଶୂନ୍ୟବ୍ରହ୍ମର ଜ୍ଞାନ, ଜ୍ଞାନୀ ଦିଏ ସଂସାର !!

       




Rate this content
Log in

Similar oriya poem from Abstract