STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଚୟନ କରିବା ନୂଆ ସରକାର

ଚୟନ କରିବା ନୂଆ ସରକାର

1 min
36


ନିର୍ବାଚନ ହେଉଛି ଆମ ଦେଶର 


ରୌଦ୍ର ଖରା ଗ୍ରୀଷ୍ମେ କରୁଛି କାତର, 


ଭୋଟ ଜରୁରୀ ବୋଲି ହୁଏ ପ୍ରଚାର


ଭୋଟ ଦେବା ବନ୍ଧୁ ନିଜ ଅଧିକାର !!


ଆସିଛି ସମୟ କର୍ତ୍ତବ୍ୟକୁ ଧରି


ମତଦାନ କରିବା ଅବଶ୍ୟ ଭାରି,


ହସ୍ତେ ସରକାର  ଚୟନ  ଆମରି


ମତଦାନ ଅଟେ ରାଷ୍ଟ୍ରରେ ଜରୁରୀ !!


ଯେଉଁ ପାର୍ଟି କରୁଛି ଭଲ ରାଷ୍ଟ୍ରର


ସମଭାବ ପ୍ରୀତି ଶାସନେ ଯାହାର,


ନ ରଖିବ ଆଉ ରାଷ୍ଟ୍ରେ ଭ୍ରଷ୍ଟାଚାର 


କରିବା ଟି ବନ୍ଧୁ ସମର୍ଥନ ତାର !!


ଆରାଧ୍ୟ ମନ୍ଦିର ସଂସ୍କୃତି ସଂସ୍କାର


ଆଣି ଅଛି ରାଷ୍ଟ୍ରେ ଗୁଞ୍ଜନ ଯାହାର


ବଲ୍ୟରୂପ ରାମ ଆରାଧ୍ୟ ଆମର


ସ୍ଥାପିତ କରିଛି ଦିବ୍ୟ ତା ମନ୍ଦିର !!


ତ୍ରେତୟାର ପରି ଶାସନ ପାର୍ଟିର


ଅସମ୍ଭବ କରେ ସମ୍ଭବ ଦେଶର,


ମହିଳାଙ୍କୁ ଦେଲା ତାଙ୍କ ଅଧିକାର


ଭୋଟ ଦେବା ଭାଇ ସମର୍ଥନେ ତାର !!


ଜାତିବାଦ ପ୍ରଥା ଦୂର କରୁ ଅଛି


ପରିବାରବାଦ ସମାପ୍ତ  ହେଉଛି


ସବୁ କ୍ଷେତ୍ରେ ରାଷ୍ଟ୍ର ଆଗକୁ ବଢୁଛି


ନୂଆ ଇତିହାସ ନିତିଯେ ଲେଖୁଛି !!


ରାଷ୍ଟ୍ରୀୟ ପାର୍ଟିକୁ ଦେବା ବନ୍ଧୁ ଭୋଟ


ଦୂର କରି ଦେବ ଦେଶର ଅନିଷ୍ଟ,


ନ ରଖିବ ରାଷ୍ଟ୍ରେ ଜନତାର କଷ୍ଟ


ଏପରି ପାର୍ଟିକୁ ଆସ ଦେବା ଭୋଟ !!




Rate this content
Log in

Similar oriya poem from Abstract