ଯନ୍ତ୍ରଣା
ଯନ୍ତ୍ରଣା
ଧିକ୍କାର ବଚନ
କେତେ କଷ୍ଟ ଦିଏ
ପୁଅ ଠାରୁ ବାପ ଶୁଣେ।
ମରିବା ବଞ୍ଚିବା
ସମାନ ହୁଅଇ
ବଜ୍ରପାତ ପରି ମଣେ।
ଅନ୍ତରୁ ଉଠଇ
କୋହର ଜୁଆର
କର୍ମର ଫଳକୁ ଗଣେ।
ଭାବି ଥାଏ ଯାହା
ଅଲଟ ହୁଅଇ
ମନୋବଳ ପୋଡ଼ି ଯାଏ।
ଶତ୍ରୁ ଯାହା କେବେ
କରି ପାରେ ନାହିଁ
ପୁତ୍ର ହୋଇ କରି ଦିଏ।
କଳିଯୁଗ ପରା
କଳିର ତାଣ୍ଡବ
ମନ ଦୁଃଖ କଷ୍ଟ ହୁଏ।
ବୃଦ୍ଧ ବାପା ମାଆ
ଲୁଚାଇ ରଖନ୍ତି
କରି ଅଛି ଜନ୍ମ ସିଏ।
କିପରି ସମାଜ
ନିର୍ମାଣ ହେଉଛି
ଦେଖି ଦୁଃଖ ଅତି ହୁଏ।
ପିତୃମାତୃ ସେବା
କର୍ତ୍ତବ୍ୟ ପୁତ୍ରର
ଯନ୍ତ୍ରଣା ଟି ଭରି ଦିଏ।
