ବୃଦ୍ଧର ସ୍ବପ୍ନ
ବୃଦ୍ଧର ସ୍ବପ୍ନ
ବୟସ ବଢିଲା ବାଧକ ହେଲା
ମୁଣ୍ଡ ବାଳ ସବୁ ସଫେଦ ହୋଇଲା
ହାତ ଧରିଥିଲା ବୁଢ଼ା ଯାହାର
କାଳ କରିଦେଲା ତାକୁ ବି ପର ।
ପୁଅ ବୋହୂ ଝିଅ ଜୋଇଁ ବି ହେଲେ
ନାତି ନାତୁଣୀ ବି ଧିରେ ବଢ଼ିଲେ
ବୁଢ଼ାର ତଥାପି ମନରେ ଲୋଭ
ପରିବାର ପାଇଁ ତାହାର ଗର୍ବ ।
ତା ବାପ ଅଜାଙ୍କ ନାମ ରହିବ
ପିଲେ ବଡ ହେଲେ ସେ ଯେ କହିବ
ସେମାନଙ୍କ ବଡପଣର କଥା
କହିବ ମନରେ ଅଛି ଯା ଲେଖା ।
ସେମାନେ ବଡ ବଡୁଆ ତାଙ୍କରି
ସବୁ ସୁଖ ଶାନ୍ତି କୃପା ତାଙ୍କରି
ହାତ ଯୋଡି ବୁଢ଼ା ପ୍ରଣାମ କରେ
ତଳେ ମୁଣ୍ଡ ଦେଇ ମୁଣ୍ଡିଆ ମାରେ ।
ବୁଢ଼ାର ଅଛି ଯେ କେତେ ସପନ
ସାଇତି ରଖିଛି ଯେତେ ସେ ଧନ
ଲଗେଇବ କିଛି ଭଲ କାମରେ
ଦେଶହିତକର ଜନ ସେବାରେ ।
ଦେଖୁଛି ସେ କେତେ ତା ବୟସର
ଲୋକ ବୁଲୁଛନ୍ତି ହୋଇ ନାଚାର
ପିଲାମାନେ ତାଙ୍କୁ ପଚାରୁ ନାହାନ୍ତି
ତାଙ୍କ ଭଲ ମନ୍ଦ ବୁଝୁ ନାହାନ୍ତି ।
ବୁଢ଼ା ସ୍ବପ୍ନ ଦେଖେ ସେମାନଙ୍କ ପାଇଁ
ତୋଳିବ ବୃଦ୍ଧାଶ୍ରମ ସେ ମନ ଲଗେଇ
ଯତ୍ନ ନେବାକୁ ଲୋକ ରଖେଇବ
ଡାକ୍ତରୀ ସୁବିଧା ଯୋଗାଇଦେବ ।
କେହି ଆଉ ଦୁଃଖ କରିବେ ନାହିଁ
ନିଜ ଲୋକ ପାଇଁ କାନ୍ଦିବେ ନାହିଁ
ଯିଏ ଥାଉ କି ନଥାଉ ଜୀବନ ତ ଅଛି
ଈଶ୍ୱର ଦୟା କରିବେ ବୁଢ଼ା ଏ ସ୍ବପ୍ନ ଦେଖିଛି ।
