STORYMIRROR

Puja Badi

Tragedy

3  

Puja Badi

Tragedy

ବିଳମ୍ବ ଭେଟ

ବିଳମ୍ବ ଭେଟ

1 min
129


ବସିଛି ଜଗି ସେ ନଦୀ ତଟ

ହେଉଛି ବିଳମ୍ବ ଆସିବା ଲମ୍ବା ସେ ବାଟ

ଦିନେ ନା ଦିନେ ଯିବି ସେ ତଟ

କେତେ ବର୍ଷ ହେଲା ହୋଇନି ଭେଟ

ବସିଛି ଜଗି ସେ ନଦୀ ତଟ ।


ଖେଳିବା ବୁଲିବା ହୋଇଛି ତୋ ସାଥେ

ହସି ମଜା ରାଗ ହୋଇଛି କେତେ

ହୋଇଛି ମୋ ସାଥେ ତୋ ସାଥେ କେତେ ଯେ ଥଟ୍ଟା

ଭୁଲିବୁନି କେବେ ମତେ ଏ ନଦୀ ତଟ

ବସିଛି ଜଗି ସେ ନଦୀ ତଟ ।


ସେ ଗାଈ ବାଛୁରୀ, ଶେଫାଳି ଫୁଲ

ପାହାଡ ଝରଣା ସାଥେ ହେଉଥା ଗେଳ

ମୁଁ ଯେବେ ଯିବି ରାଗିବୁନି ମତେ

ଦିନେ ନା ଦିନେ ହେବି ତୋ ସାଥେ ଭେଟ ।


ଉପରେ ଆକାଶ, ତଳେ ପାହାଡ

ଚାଲୁଛନ୍ତି ବାଟୋଇ ବନାଇ

ତୋ ତଟକୁ ବାଟ

ପୁଣି ସବୁଦିନ ତୋ ସାଥେ ନାଉରୀର ଭେଟ

ମତେ ବି ଜଗିଥା,

ଦିନେ ନା ଦିନେ ହେବି ତୋ ସାଥେ ଭେଟ ।


ଜାଣିପାରୁନି ଯିବି ମୁଁ କେମିତି

ଦୂର ସେ ବାଟ,

ରୋକୁଛି ଏଠି ଭଉଣୀ ତୋର

ହଉଛୁ କାଇଁ ଏତେ ତରବର ।


ରହୁଛି, ଦୁଃଖ ହେବୁନି

ମୁଁ ନିଶ୍ଚୟ ଯିବି ହେବାକୁ ତୋ ସାଥେ ଭେଟ

ଯଦି କରିବାକୁ ପଡେ ଯମରାଜ ସାଙ୍ଗେ ଭେଟ

ଯମରାଜକୁ ଅଟକାଇ କିଛି କ୍ଷଣ ପାଇଁ

ଯିବି ମୁଁ ତୋ ସାଥେ ହେବାକୁ ଭେଟ ।


ହେ, ମୋର ଛୁଆ ବେଳର ସାଙ୍ଗ

ଆଉ କିଛିଦିନ, ଜଗିଥା

ମୁଁ ନିଶ୍ଚୟ ଯିବି ହେବାକୁ ଭେଟ,

ଜଗି ବସିଥାଏ ନଦୀ ତଟ ।


Rate this content
Log in

Similar oriya poem from Tragedy