STORYMIRROR

Puja Badi

Tragedy

3  

Puja Badi

Tragedy

କଣ୍ଟା

କଣ୍ଟା

1 min
158

ଜୀବନଟା ସାରା ସୁଖ ଦୁଃଖର

ନୁହନ୍ତି ଏଠି କେହି କାହାର

ପ୍ରକୃତି ରାଇଜେ ସୌନ୍ଦର୍ଯ୍ୟ ନା ନା ପ୍ରକାରର

ହେଲେ ମୁଁ କଣ୍ଟା,ଦୁଃଖର କାରଣ ।


କିଏ ସେ ଫୁଲ କିଏ କୁସୁମିତ 

ଫୁଲ ଆଉ ତା ବାସ୍ନା 

ବହୁଛି ତାର ମଧୁର ସମୀର

ହେଲେ ମୁଁ କଣ୍ଟା, ଦୁଃଖର କାରଣ ।


ପୃଥିବୀ ସୁନ୍ଦର ଏଠି ପ୍ରକୃତି ସୁନ୍ଦର

ଆଉ ଅଛି ମନୁଷ୍ୟ ସୁନ୍ଦର 

ମୁଁ ବି ପ୍ରକୃତିର ଗୋଟେ ଅଂଶ

ହେଲେ ମୁଁ କଣ୍ଟା, ଖାଲି ଦୁଃଖର କାରଣ ।


ପ୍ରେମର ମିଳନ ଖୁସିର ଜାଗୃତ

ଆଉ ଅଟେ ସୁଖ ଭାଗ୍ୟ ସମୃଦ୍ଧିର ଅମୃତ

ପ୍ରେମର ଜୀବନ ଅଟଇ ଅସାର

ହେଲେ ମୁଁ ତ କଣ୍ଟା, ଦୁଃଖର କାରଣ ।


ଭାଗ୍ୟରୁ ଆଣିଲେ ସବେ ସୁଖ ଆଉ ସୌନ୍ଦର୍ଯ୍ୟ

ପ୍ରକୃତିକ ପୁଣି ପରିବେଶ ବି ସୌନ୍ଦର୍ଯ୍ୟ

ଗୋଲାପ ପଦ୍ମ କଇଁ ପୁଣି ସୌନ୍ଦର୍ଯ୍ୟତାର ପ୍ରତୀକ

ଆଉ ମୁଁ ହେଲି ଏମାନଙ୍କ ସଖୀ,ରକ୍ଷାକର୍ତ୍ତା 

ହେଲେବି, ମୁଁ କଣ୍ଟା

ସମସ୍ତଙ୍କର କଷ୍ଟ, ଲୁହ, ଦୁଃଖର କାରଣ

ହଁ ମୁଁ କଣ୍ଟା,ସମସ୍ତଙ୍କର ଦୁଃଖର କାରଣ ।       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy