STORYMIRROR

Aparti Charan Sethi

Tragedy

3  

Aparti Charan Sethi

Tragedy

ସମୟ

ସମୟ

1 min
139


ନାହିଁ ମୋର ପୂର୍ଣ୍ଣ ଚ୍ଛେଦ

 ନାହିଁ ମୋଠିଁ କମା,   

   ନାହିଁ ମୋ ଆକାର ପୁଣି

    ନାହିଁ ପରିସୀମା।

      ନାହିଁ ମୋ ସୁର ଶବଦ

       ନାହିଁ ହସ କାନ୍ଦ,

         ନାହିଁମୋ କୂଳ କିନାରା

           ନାହିଁ ବାଡ଼ ବନ୍ଧ।

        ନାହିଁ ମୋ ଆକୃତି ପୁଣି

       ନାହିଁ ମୋ ଓଜନ,

      ନୁହେଁ ମୁଁ ତରଳ କିମ୍ବା

    ନୁହେଁ ମୁଁ କଠିନ।

   ନାହିଁ କେଉଁଠି ମୋହର

  ଘର କି ଠିକଣା,

ବନ୍ଧନୀ ଦେଇ କେ

ବାନ୍ଧି ପାରିବନି ଜମା।

ନାହିଁ ମୋର ଖିଆ ପିଆ

ନାହିଁ ମୋ ରହଣୀ,

ନାହିଁ ମୋ ଗାଡି ମଟର

ନାହିଁ ଟଙ୍କା ପୁଣି।

 ମୁଁ ଅଟେ ଅନୁଭବ

  ମୁଁ ଅନୁଭୂତି,

   ମୁଁ ପୁଣି ସୂର୍ଯ୍ୟ ଚନ୍ଦ୍ର

     ମୁଁ ଦିନରାତି,

        ମୁଁ ଅତୀତ ବର୍ତ୍ତମାନ

         ଭବିଷ୍ୟତ ତିଥି।

          ମୁଁ କେବେ ଆଖି ଲୁହ

          କେବେ କାର ସାଥୀ।

          ମୁଁ ଦିନ ଦଣ୍ଡ ବାର

           ମାସ ଓ ନକ୍ଷତ୍ର,

           ମୁଁ ଚାରି ଯୁଗ ପୁଣି

           ପୁରାଣ ଓ ଶାସ୍ତ୍ର।

          ମୋ ପାଇଁ ସୂର୍ଯ୍ୟ ଚନ୍ଦ୍ର

         ପୁଣି ଦିନ ରାତି,

        ମୋ ପାଇଁ ଘଣ୍ଟା ପୁଣି

       କରେ ଟିକ୍ ଟିକ୍

      ମୁଁ ଆରମ୍ଭ ମୁଁ ଶେଷ

     ମୁଁ ହିଁ ପ୍ରଳୟ,

    ମୁଁ ବିଲୟ ମୁହିଁ ସ୍ଥିତି

   ମୋ ନାମ ସମୟ।

   କିଏକହେ ମୁହିଁ କାଳ

  ମୁହିଁ ମହାବଳ,

 କିଏ କହେ ଇତିହାସ,

ସଂସ୍କୃତି ଆମର।

 ତେଣୁ ବନ୍ଧୁ ସମୟକୁ

   ବିନିଯୋଗ କର,

     ସମୟ ଖର୍ଚ୍ଚ କରିବା

        ସାଧ୍ୟ ନାହିଁ କାର।

          ସମୟ ସ୍ମୃତିଗୁଡିକୁ

            ସାଇତିକି ରଖେ,

          ସମୟ ଜନ୍ମ ମୃତ୍ୟକୁ

         କିଣେ ପୁଣି ବିକେ,

       ତେଣୁ ହେ ପ୍ରିୟ ବାନ୍ଧବ

      ସମୟକୁ ଚିହ୍ନ, 

    ସମୟ ଅଟ‌ଇ ସବୁଠାରୁ

   ବଳବାନ।

  ସଦୁପଯୋଗ କର ତାହାକୁ

ଦିଅ ସନମାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy