STORYMIRROR

Kananbala Das

Tragedy

3  

Kananbala Das

Tragedy

ଶ୍ରଦ୍ଧାଞ୍ଜଳି

ଶ୍ରଦ୍ଧାଞ୍ଜଳି

1 min
166


  ପ୍ରଥମ ଶ୍ରାଦ୍ଧର ପୁଣ୍ୟ ତିଥି ଆଜି

   ହଜିଗଲ କେଣେ ଦାଦା,

ଯେଉଁଠି ରୁହନ୍ତୁ ସୁଖରେ ଥାଆନ୍ତୁ

   ମୋକ୍ଷଗତି ପାଇ ସଦା।।୧।।


ଶ୍ରାଦ୍ଧ ଦିବସରେ ଭକ୍ତିର ପ୍ରଣତି

   ଆମର ପୂଜ୍ୟ ପ୍ରଣମ୍ୟ,

ହୃଦୟରୁ କୋଟି କୃତଜ୍ଞତା ଘେନ

   ସନ୍ତାନ ଆମେ ଅଧମ।।୨।।


ସାରା ବନ୍ଧନକୁ କାଟିଦେଇ ଯେବେ

   ଛାଡି ଚାଲିଗଲ ତୁମେ,

ଆକାଶଟା ସତେ ଛିଣ୍ଡି ପଡିଗଲା

   ବୁଦ୍ଧିବଣା ହେଲୁ ଆମେ।।୩।।


ଭୁଶାୟିତ ହେଲା ଆଶାର ସଉଧ

   ଅମାୟିତ ଅନ୍ଧାରରେ,

ଜୀବନ ଆକାଶେ ଘୋଟିଗଲା ଏବେ

  କଳାଛାଇ ବାଦଲରେ।।୪। 


ସୁରକ୍ଷା କବଚ ହୋଇ ଥିଲ ତୁମେ

   ଆମପାଇଁ ଚିରପୂଜ୍ୟ,

ଧୈର୍ଯ୍ୟ ର ବନ୍ଧଟା ଭୁଷୁଡି ପଡିଲା

   କରିଦେଲା ଶ୍ବାସରୁଦ୍ଧ।।୫।।


ତୁମେ ଆମ ସ୍ୱର୍ଗ, ଧର୍ମ, ଜପ, ତପ

   କୋଟି ପୁଣ୍ୟର ପ୍ରାରବ୍ଧ,

ନୀତି ଓ ଆଦର୍ଶ ସଂସ୍କାର ସଂସ୍କୃତି

   ଶିଖାଇଛ ଶିକ୍ଷା ଶବ୍ଦ।।୬।।


କେତେ ସ୍ନେହଶ୍ରଦ୍ଧା ତ୍ୟାଗ,ସହିଷ୍ଣୁତା

   ତୁମର ତ ଆମ ପ୍ରତି,

କେମିତି ମାପିବୁ  କଳନା କରିବୁ

   ଯାଇଛି ସେ ଦିନ ବିତି।।୭।।


ବିଶାଳ ହୃଦୟ ନ୍ୟାୟର ବିଚାର

   ସାଇତା ଥିଲା ସେ ବୁକେ,

କ୍ଷଣଭଙ୍ଗୁର ଏ ସଂସାର ନିୟମ

   ହଜାଇଲୁ କାଳ ସ୍ରୋତେ।।୮।।


ଦୂର ଆକାଶରୁ ସୁଖ ହରିନେଇ

   ଦୁଃଖ ହସେ ନିକୁଟେଇ,

ମଥା ପରେ ଥିବା ଆଶୀର୍ବାଦ ବୃକ୍ଷ

   ଦୁରେଇ ଦେଲା ତା ଛାଇ।।୯।।


ତୁମର ଆଦର୍ଶ ଚରିତ୍ରବତ୍ତା କୁ

   ଅନୁସରି ଏ ଜୀବନେ,

ସୁମାର୍ଗ କୁ ନିଅ ଆଶିଷ ବି ଦିଅ

   ହାତଭାଗ୍ୟ ଏ ସନ୍ତାନେ।।୧୦।।


ପ୍ରଥମ ଶ୍ରାଦ୍ଧର ବାର୍ଷିକୀରେ ଦାଦା

   ରହୁଛୁ ଏହି ବିଶ୍ୱାସେ,

ସୁଖର ଆଲୋକ ବୁଣିଦିଅ ଆମ

   ତିମିରାଚ୍ଛନ୍ନ ଆକାଶେ।।୧୧।।


      

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy