ଶେଷ ବିଛଣା
ଶେଷ ବିଛଣା
ଛଅ ଖଣ୍ଡ କାଠେ ସଜା ହେବ କୋକେଇ
ବନ୍ଧୁ ପରିଜନ ଦେବେ ମୋତେ ଶୁଆଇ ।
ସବୁ ସପନ ମୋର ଅଧା ରହିବ
ଯେବେ ମୋର ଶବ କୋକେଇ ଛୁଇଁବ ।
ଗର୍ବ, ଦମ୍ଭ ସବୁ ଯିବ ମୋ ଠାରୁ ଦୂରେଇ
ହାତ ଠାରିବ ମଶାଣି ମୋ ନିଜର ହୋଇ ।
ଯେତେ ପରିଶ୍ରମେ ଅଟ୍ଟାଳିକା ଥିବି ଗଢ଼ାଇ
ଛଅ ଖଣ୍ଡ କାଠରେ ଦିନେ ଯିବି ତ ଶୋଇ ।
ଶେଷ ବିଛଣା ମୋର ଏଇ କୋକେଇ
ଭାବେ ଯେବେ ମୁଁ ଆଖିରେ ଲୁହ ଆସେ ଜକେଇ ।
ମିଛ ମାୟା ସଂସାର ଏ ଗରବ କିଆଁ
ଜାଳି,ଭସ୍ମ କରିଦେବ ଏ ଜୁଇର ନିଆଁ ।
ସବୁ ଅହଂକାର, ଗର୍ବ ଅଟେ ଅଳିକ
ସୁଖ ଦିଏ ନାହିଁ ଏଇ ସଂସାରେ କ୍ଷଣିକ ।
ରାମନାମ ଜପି ଜପି ଦିନ କଟାଅ
ଶେଷେ ପରମବ୍ରହ୍ମ ପ୍ରଭୁ ହେବେ ସହାୟ ।
ମୋହ ମାୟା ଗ୍ରାସ କଲେ ନିଜ ଆତ୍ମାକୁ
ଭଜୁ ଥିବ ସଦା ନିତ୍ୟ ପରମାତ୍ମାଙ୍କୁ ।
ଶେଷ ବିଛଣା ତ ଏଇ ଆମ କୋକେଇ
ଜୀବନ ଦୀପ ଲିଭି ଶେଷେ ବୈକୁଣ୍ଠେ ଯାଇ ।ll
