ଜରିଗୋଟାଳି
ଜରିଗୋଟାଳି


ଜୀବନଟା କେବେ
ବା ଆଉ ବତାସ
ଦିଗହରା ପଥିକର !
ଉଥାନ ପତନ
ଚିର ସହଚର
ଝଡ଼ ଖଞ୍ଜା ଜୀବନର !!
ଦୁଃଖ ଯନ୍ତ୍ରଣାର
କଷଟି ପଥରେ
ପଥିକଟି ଥରହର!
କୋମଳ ବୟସେ
କଷ୍ଟେ ସେବା କରି
ଜୀବନଟା ଆହାକାର!!
ବୃଦ୍ଧ ପିତା ମାତା
ରୋଗ ଶଯ୍ୟାରେ
ଦୁଃଖ ଯନ୍ତ୍ରଣା ଘାରେ
ପାଠ ପଢା ଛାଡ଼ି
ପଥି ଯୋଗାଡ଼ରେ
ବିତୁଛି ଜୀବନ ତାରେ!!
ସୁଖ ଜାରେ ନାହିଁ
କପାଳରେ ଲେଖା
ଐଶ୍ଵର୍ଯ୍ୟ କାହୁ ପାଇବ !
ଜରି ଗୋଟାଳିର
ଜୀବନ ବିତୁଛି
ଆନନ୍ଦ କାହୁଁ ଆସିବ !!
ପରିଚୟ ତାର
ଜରିଗୋତାଳି ଯେ
ମନେ ଦୁଃଖ ନାହିଁ ତାର !
ପିତୃ ମାତୃ ସେବା
ବ୍ରତ ତାର ଧର୍ମ
ନ କରି ବାଛ ବିଛାର !!
ଭାବିଛି ସେ ମନେ
&
nbsp; ଯେତେ ଦୁଃଖ ଆସୁ
ଏ ପୋଡ଼ା କପାଳେ
ଜନ୍ମ ଦେଇଛନ୍ତି
ପିତାମାତା ମୋତେ
ତାଙ୍କ ଦୁଃଖ ମୋଠୁ ବଳେ !!
ବାଳୁତ କାଳରୁ
କି ଧର୍ମ ସଂଚିବି
ଏ ଜିବନ ଅନିଛିତ !
ବିଶ୍ଵ କଥା ଭାବି
ଦିଏ ମନେ ବ୍ୟଥା
ପରିବେଶ ଅସ୍ତବ୍ୟସ୍ତ !!
ନି ଇତି ସକାଳେ
କାନ୍ଧେ ଥଳୀ ଧରି
ଯାଏ ବାଟ ଅବାଟରେ
ଗୋଟି ଗୋଟି କରି
ଜରି ବର୍ଜ୍ୟ ବସ୍ତୁ
ସାଉଁଟି ଘରକୁ ଫେରେ !!
ବାୟୁ ପ୍ରଦ୍ୟୁଷଣ
ମାଟି ପ୍ରଦ୍ୟୁଷଣ
କିବା ଜଳ ପ୍ରଦ୍ୟୁଷଣ !
କରି ନିଜେ ସଫା
ଆହୁରି ପ୍ରଚେଷ୍ଟା
ପରିବେଶ ପ୍ରଦ୍ୟୁଷଣ !!
ସମୟ ସ୍ରୋତରେ
ଉଳକା ପରି ସେ
ଦିବା ନିଶି ସେବା କରେ !
ପିତା ମାତା ମନେ
ହସ ଫୁଟାଇଣ
ନିଜକୁ ଧନ୍ୟ ସେ କରେ!!