STORYMIRROR

Bijay Dani

Tragedy

3  

Bijay Dani

Tragedy

ଦୁଷ୍ଟ ଲୋକଙ୍କୁ ମୋର ଭୟ

ଦୁଷ୍ଟ ଲୋକଙ୍କୁ ମୋର ଭୟ

1 min
185


ଉତ୍କଳ କୋଳେ ଜନମ ମୋର

      ଶାନ୍ତି ମୈତ୍ରୀର ଯହିଁ ପ୍ରଚାର

ପ୍ରଜା ଆମେ ଜଗନ୍ନାଥ ରାଇଜର

      ଆମ ରାଜାଠି ଆମେ ଅଭୟ ,

      ତଥାପି ଦୁଷ୍ଟ ଲୋକଙ୍କୁ ମୋର ଭୟ ।


ସତ୍ୟ ଧର୍ମ ନ୍ୟାୟ ପଥେ

      ଆମ୍ଭକୁ ପ୍ରଭୁ କର ଅଗ୍ରସର

ନିଜ ସ୍ୱାର୍ଥ ପାଇଁ ଅନ୍ୟରକ୍ତ ପିପାସେ

      ଯେ ଜନ କରେ ସଦା ବିଚାର,

      ସେ ଦୁଷ୍ଟ ଲୋକଙ୍କୁ ମୋର ଭୟ ।


 ମାଟି ମାତୃକାଠି ବୈମାତୃକ ଭାଵ  

     ରଖି ଳୁଟୁଛନ୍ତି ଖାଲି ସାଧାରଣ ଜନେ

ଜାଣି ଅଜଣା ରହୁଛନ୍ତି ସର୍ବେ

     ସତ୍ୟ ବ୍ୟକ୍ତ ନ କରେ, ଅନ୍ତରେ ଜାଣେ,

ରାକ୍ଷସ ଜନକୁ ନାହିଁ କାର ଭୟ

     ସେ ରାକ୍ଷସ ଲୋକଙ୍କୁ ମୋର ଭୟ ।


ମୁଦ୍ରାରାକ୍ଷସେ କରେ ଆତଙ୍କିତ

      କି ଦେଖୁଛନ୍ତି ପ୍ରଭୁ ଜଗନ୍ନାଥ

ଚଉବାହା ମେଳି କଳକୀ ରୂପ ଧରି

      ଅପଦ୍ରଵ ତାଙ୍କ କର ପ୍ରଶମିତ,

ସହି ହେଉ ନାହିଁ ତାଙ୍କ ଅତ୍ୟାଚାର

      ଦୁଷ୍ଟ ଲୋକଙ୍କୁ ମୋର ଭୟ ।।


ପଦ ଲୋଭ ପାଇଁ ସଭିଏଁ ଆତୁର

     ପଦ ପାଇ ପରେ କରେ ଅତ୍ୟାଚାର

ଦଳିତ ଚକିତ ମନେ ବହେ ଯେ ଜନେ

     ପ୍ରଭୁତ୍ୱର ପୁଣି କରେ ଯେ ବିସ୍ତାର,

ପ୍ରଭୁହେ ସେ ଜନେ କର ସଂହାର

     ତଥାପି ଦୁଷ୍ଟ ଲୋକଙ୍କୁ ମୋର ଭୟ ।।

      

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy