Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Dani

Tragedy

3  

Bijay Dani

Tragedy

ହେ ଅରବିନ୍ଦ

ହେ ଅରବିନ୍ଦ

1 min
184



ପ୍ରହଲ୍ଲାଦ ଇନ୍ଦ୍ର ପଦକୁ ଗୋବିନ୍ଦ

ନାମ ବହିଥିଲେ ସେ ଅରବିନ୍ଦ ।

ମା ନିଆଳି ପିତା କାଲାପ୍ରସାଦ 

ଆଶିଷେ ଲଭିଥିଲେ ଉଚ୍ଚପଦ । 

ସହଧର୍ମିଣୀ ଯେ ମାତା ଯଶୋବନ୍ତୀ 

ବିଭୁ କୃପାରୁ ସେ ଥିଲେ ଭାଗ୍ୟବତୀ।

ଜ୍ୟେଷ୍ଠା କନ୍ୟା ଯେ କୁମାରୀ ସୁପ୍ରିୟା 

ପିତାମାତାଙ୍କର ଥିଲା ପ୍ରାଣପ୍ରିୟା ।

କୂଳ ନନ୍ଦନ ତହିଁ ସୂରଜ ପ୍ରସାଦ

ତେଣୁ ବାପା ଭୁଲିଯାଏ ସବୁ ପ୍ରମାଦ ।

ଅଧିକାରୀ ଧର୍ମ ଅର୍ଥ କାମ ମୋକ୍ଷ 

ନିଜ କ୍ରମରେ ରଖନ୍ତି ଅତୁଟ ଲକ୍ଷ୍ୟ ।

ଆଇନଜିବୀ ଭାବେ ଗ୍ରାମେ ପରିଚିତ

ରାଜନୀତି ରେ ନ ମାନେ ପରାଜିତ । 

ସଭିଙ୍କର ସେ ଥିଲେ ଅତି ପ୍ରିୟ

ସଂକୀର୍ତ୍ତନ ରସେ ସଦା ଭାବମୟ । 

ଦୁଃଖୀ ଆରତ ଙ୍କ ଆଶାର ଆଲୋକ

ସେବା ଧର୍ମରେ ଥିଲେ ବଡ଼ ଲୋକ ।

ଅମର ଅକ୍ଷରେ ଅଜୟ ରୁହନ୍ତୁ ଅରବିନ୍ଦ

ଲଭନ୍ତୁ ସେ ସର୍ବଦା ବିଭୁ ପଦାରବିନ୍ଦ ।


Rate this content
Log in

Similar oriya poem from Tragedy