STORYMIRROR

Bijay Dani

Others

3  

Bijay Dani

Others

ପ୍ରେମ ଭାବ ରଙ୍ଗର ହୋଲି

ପ୍ରେମ ଭାବ ରଙ୍ଗର ହୋଲି

1 min
208

 ଦୋଳରେ ବିମାନ ,

ବିମାନେ ମୋହନ ...

ବସିଛନ୍ତି ରଙ୍ଗ ରସିଆ...

ରଙ୍ଗ ଖେଳିବେ ମୋ ନୀଳାଚଳିଆ


ଫଗୁରେ ଭିଜିବେ ରାଇ,

ରଂଗ ବୋଳି ଜନେ ହୋଇବେ ବାଇ 

ଜୟ ରାଧା ଦାମୋଦର ଗାଇ

ଜୟ ରାଧା ଦାମୋଦର ଗାଇ ।


ପ୍ରେମ ରଙ୍ଗ ବୋଳି ହୁଅରେ ମନ

ଭକ୍ତି ରସେ ବୁଡି ଯାଅ,

ରାଧା କୃଷ୍ଣ ନାମ ମୁଖେ ଉଚ୍ଚାର...

ଛନ୍ଦା ଚରଣକୁ ଧର ଧର ,

ପ୍ରେମ ରଙ୍ଗ ବୋଳି ହୁଅ । 


ସାତ ରଙ୍ଗେ ଭିଯିବାରେ

ଭାବ ରଙ୍ଗେ ଭିଯିଯିବାରେ....

ଭେଦାଭେଦ ଭୁଲି,

ଗୋଟିଏ ସୂତ୍ରରେ ବାନ୍ଧି ହେବାରେ

ସମସ୍ତଙ୍କୁ ଆପଣା ମଣି ,

ପ୍ରେମ ରଙ୍ଗ ବୋଳି ହୁଅ ....।


ଆସିଅଛି ଆଜି ହୋଲି

ପ୍ରେମ ରଙ୍ଗେ ହେବା ବୋଳି,

ତୁଣ୍ଡେ ରାଇ ଦାମୋଦର ବୋଲି...

ନାଚିବାରେ ଢଳି ଢଳି ,

ରାଗରୋଷ ଯିବା ଭୁଲି ....

ଭାବ ରଙ୍ଗ ଦେବା ବୋଲିର ମନ 

ଭକ୍ତି ରସେ ବୁଡି ଯାଅ ।



Rate this content
Log in