Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bijay Dani

Romance

3  

Bijay Dani

Romance

ନବ ବସନ୍ତାଗମେ

ନବ ବସନ୍ତାଗମେ

1 min
161


ବସନ୍ତ ଆସୁଛି ଭ୍ରମରର ମଧୁ ଗୁଞ୍ଜନରେ

ଥରି ଉଠୁଛି ମଳୟର ଶ୍ରୀହରଷରେ ।


ବଡ଼ କଠିନ ତୁମ ପ୍ରେମ ପାଳିବା 

ସତେ ତୀକ୍ଷ୍ଣ ଖଣ୍ଡା ଧାରେ ପଥ ଚାଲିବା ।


ଦେଖି ଏ ପତ୍ର ପତିତକୁ

ଇଚ୍ଛା ହୁଏ ଥରେ ଚୁମ୍ବନ କରିବାକୁ ।


ଶୁଣି କୋକିଳର କୁହୁତାନ

ମନ ବଳେ କରିବାକୁ ଆଲିଙ୍ଗନ ।


ଫଗୁଣ ମାସର ସାତ ରଙ୍ଗରେ 

ଇଚ୍ଛା ଭିଯିବାକୁ ତୋ ପ୍ରେମ ରଙ୍ଗେରେ ।


ସହି ହେଉ ନାହିଁ ଏ ବିରହ ବେଦନା

ମନରେ ସୃଷ୍ଟି ମୋ କେତେ ଉନ୍ମାଦନା ।


ହେ ପ୍ରିୟା ଫେରିଆ ଫେରିଆ 

ତୋ ବିନା ମତେ ଦିଶୁନାହିଁ ଅନ୍ୟ ରାହା ।


ଭୁଲିଯିବ ନାହିଁ ପ୍ରିୟା ମୋର 

ଲାଲ୍ଟିନ୍ ଲିଭିଯିବା ପରି ।


ତୋର ମୋର ପ୍ରେମ

ଅମର ରହୁ ସୂର୍ଯ୍ୟ ଚନ୍ଦ୍ର ପରି ।


Rate this content
Log in