ଖୋଜେ ମୁଁ ମୋ ମାଁ କୋଳ
ଖୋଜେ ମୁଁ ମୋ ମାଁ କୋଳ
ବାରେ ପୁଣି ଫେରି ଯିବାକୁ ଇଚ୍ଛା ମୋର
ପାଇବାକୁ ମୋ ମାଁର କୋଳ
ନାହିଁ ବାଧା ବିଘ୍ନ କୌଣସିି ଗଣ୍ଡଗୋଳ
ସେ ପରା ମୋ ମାଁର କୋଳ ।
ସ୍ମୃତି ଚାରଣରେ ଗତ ସ୍ମୃତିକୁ ଭାଳି
ମନେ ପଡେ ମୋର ପିଲାବେଳ
ଶାନ୍ତ ସ୍ନିଗ୍ଧ ଆନନ୍ଦ ଦାୟକ
ସେ ପରା ମୋ ମାଁର କୋଳ ।
ସମୟ ଚକ୍ରରେ ଛନ୍ଦି ରହିଅଛି
ସଂସାରର ନାନା ଜଞ୍ଜାଳ
ଟିକିଏ ଆଶ୍ୱାସନା ପାଇବା ଲାଗି
ନାହିଁ ଏଠି ମୋ ମାଁର କୋଳ ।
ବ୍ୟସ୍ତ ବହୁଳ କର୍ମମୟ ଜୀବନ
ସ୍ୱାର୍ଥନ୍ଵେଷୀ ଆଜି ହୁଅନ୍ତି ଠୁଳ
ନିଷ୍କାମ ପ୍ରେମ ନିଃସ୍ଵାର୍ଥପରତା
ଅଟେ କେବଳ ମୋ ମାଁର କୋଳ ।
ଦୁଃଖପୂର୍ଣ୍ଣ ଜୀବନେ ଖୋଜେ ପଣତକାନି
ପୋଛିବି ଆଖିର ନିର୍ଝର ଜଳ
ନିଜ ସୁଖ ପାଇଁ ଆପଣାର ମଣନ୍ତି
ଦୁଃଖେ ଦିଅନ୍ତିନି କେହି ମୋ ମାଁର କୋଳ ।
ବାଲ୍ୟ କାଳେ ସହି ସବୁ ଅଳି ଅର୍ଦ୍ଦଳି
ମୋ ମାଁ ମତେ କରେ ଗେଲ
ଫେରେଇ ଦିଅ ପ୍ରଭୁ ଆଜି ସେହିଦିନ
ଖୋଜେ ମୁଁ ମୋ ମାଁର କୋଳ ।
