STORYMIRROR

Bijay Dani

Tragedy

3  

Bijay Dani

Tragedy

ଲୌହ ଦାନବର ହୁଙ୍କାର

ଲୌହ ଦାନବର ହୁଙ୍କାର

1 min
205


ଆସିଲା ଲୌହ ଦାନବ ଛାଡ଼ି ବିକଟାଳ ରଡ଼ି

ଗୋଟେ ନୁହେଁ ଥିଲା ଦୁଇଟି ଦାନବ

ସଙ୍ଗେ ଗୋଟେ ସୈତାନ ଦାନବ

ତାଙ୍କ ଚକ୍ରରେ ନିରିହେ କେତେ ଗଲେ ଯେ ପଡ଼ି

କାଳ ରାତ୍ରି ଘୋଟିଥିଲା ସାଜି ତାଙ୍କ ବଇରୀ

ଲୌହ ଚକ୍ରେ କେତେ ଯେ ନିରୀହ ଗଲେ ମରି

କେତେ ମାଁ ବାପା ହେଲେ ପୁତ୍ର ହରା

ତ କେତେ ପୁତ୍ରକନ୍ୟା ହେଲେ ପିତୃ ମାତୃ ହରା ,

ମରଣାନ୍ତକ ଯନ୍ତ୍ରଣା ଦେଲା କରମଣ୍ଡଳ ରେଳ

ଯହିଁ ବାହାନଗର ରେ ଖେଳେ କ୍ରନ୍ଦନର ରୋଳ

ଅନେକେ ହେଲେ ଦୁର୍ଘଟଣାରେ ବେସାହାରା

ତ କେତେକେ ହେଲେ ପୁଣି ସର୍ବହରା,

ରକ୍ତ ଅଭାବେ ଦୁଃଖୀ ହୋଇ

ବାଲେଶ୍ଵର ଜନତାଠୁ ଛୁଟେ ରକ୍ତ ଦାନର ଧାରା ।

ହେ ଜଗନ୍ନାଥ ଏହି ଦୁର୍ଘଟଣା ଘଟିଲା କାହିଁକି

ତୁନି ହେଇ ସିଂହାସନେ ବସିଛ ସତେକି,

ସାହା ହୁଅ ପ୍ରଭୁ ବାରେ ତାଙ୍କେ ଜଗନ୍ନାଥ

ବଢାଇ ଦିଅ ତାଙ୍କୁ କରୁଣାର ହାତ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy