STORYMIRROR

Panchanan Jena

Tragedy

4  

Panchanan Jena

Tragedy

କୋହ କାରୁଣ୍ୟ

କୋହ କାରୁଣ୍ୟ

2 mins
230

କବିତା - କୋହ କାରୁଣ୍ୟ
ରଚନା - ପଞ୍ଚାନନ ଜେନା
ତାରିଖ - ୨୦-୦୪-୨୦୨୫

ସଞ୍ଜ ଆସୁଥିଲା ନଇଁ ନଇଁ
ତୁଳସୀ ଚଉରା ମୂଳେ ସଞ୍ଜ ସଳିତା ଲଗେଇ
ଗୁଣୁ ଗୁଣୁ ଗାଉଥିଲା ବୋଉ ସକେଇ ସକେଇ
ବାଷ୍ପରୁଦ୍ଧ କଣ୍ଠ ଫଟେଇ କରୁଣାରେ ମନ୍ଥେଇ

ଆମ ଧରା ଧରଣୀ ଧରିତ୍ରୀ
ମା' ପୃଥିବୀ ସର୍ବଂସହା ଦାତ୍ରୀ
ଆଜିକାଲି ବହୁତ କାନ୍ଦୁଛି ଧନରେ
ଦିଶୁନାହିଁ କାହାକୁ ଅଭିନୟ ନେତ୍ରୀ

ବୋଉ ! ତୁ ମିଛ କହୁଛୁ
ଜେଜେ ମିଛ କୁହନ୍ତି ବୁଲେଇ ବଙ୍କେଇ 
ଜେଜେମା ବି ଦିଅନ୍ତି ମହି ବୁଲେଇ
ବାପା ବି ମିଛ ଗପ ଶୁଣାନ୍ତି ଖଞ୍ଜେଇ ମିଶେଇ
ଶେଷରେ ତୁ ବି ବୋଉ ଆସିଗଲୁ ଲମ୍ବେଇ
ଦେଲୁ ଆଜି ମିଛ ଝାଲମୁଢୀ ଚଖେଇ ଶୁଣେଇ

ମୁଣ୍ଡରେ ବୋଉ ଆଉଁସି ଦେଲେ
 ବାଁ ପାପୁଲି ବୁଲେଇ ଆଣିଲେ
ପାଖରେ ବସେଇ କହି ବସିଲେ
ସକାଳୁ ଦେଖିଥିବୁ
ଦୁବ ଘାସରେ ବିନ୍ଦୁ ବିନ୍ଦୁ କାକର
ଫୁଲ ପାଖୁଡ଼ାରେ ଠପା ଠପା ସ୍ଵାକ୍ଷର
ପତ୍ର ପଲ୍ଲବରୁ ଝରିପଡ଼େ ରେଣୁ ନିହାର
ଏ ସବୁ କ'ଣ ଭାବିଛୁ ?
ଧରଣୀ ରାଣୀର ନୟନୁ ନିର୍ଗତ ଲୁହ
ଦିଶେନା କାହାକୁ ମେଞ୍ଚା ମେଞ୍ଚା କୋହ

ଝରଣାର କୁଳୁ କୁଳୁ ନାଦ 
ରିମ୍ ଝିମ୍ ବରଷାର ବିଷାଦ
ପ୍ରଭାକର ଅଂଶୁଘାତ ପ୍ରମାଦ
ଜ୍ୟୋତ୍ସ୍ନାବିଧୌତ ରଜନୀର ଉନ୍ମାଦ
ସବୁ କ'ଣ କହିଲୁ
ସବୁ ପୃଥିବୀର ପୁଞ୍ଜିଭୂତ ଲୁହ
ଆବହମାନ କାଳରୁ ଝରୁଛି ଅହରହ

ପୃଥିବୀ ଅଛି ଆଉ ରହିବ କାଲି
ଯେମିତି ମୋ ପୂର୍ବରୁ ଥିଲା ଝୁଲି 
ମୋ ଆଖି ମୁଦିବା ପରେ ବି ଥିବ ମାନିନେଲି

ମାତ୍ର ତା'ର ଥାକ ଥାକ କୋହ
ପ୍ରଦୂଷିତ ବଳୟ ଭିତରେ କ୍ଷତାକ୍ତ
ତା'ର ନୈରାଶ୍ୟମୟ ଲୁହ
ଶରବିଦ୍ଧ ପକ୍ଷୀ ଡେଣା ପରି ରକ୍ତାକ୍ତ
ତା'ର ନୀରବତମ କୋଳାହଳ
ଅବସମ୍ଭାବୀ ତାଣ୍ଡବର କ୍ଷୀଣ ସ୍ୱେଦାକ୍ତ
ତା'ର ଭୀମକାନ୍ତ ନିଶୂନ୍ ସ୍ଥାଣୁତା
ସୃଷ୍ଟିକୁ ସମୂଳେ କରିପାରେ ଛେଦାକ୍ତ

କରୁଣାସିକ୍ତ ଭାବନାରେ ପୂରିଲା ମୋ ମନ
କହି ଦେଲି ଆପେ ଆପେ
ଘରେ ଦଶଟି ରୋଟି ଥିଲେ ବି
ପାଞ୍ଚଜଣ ଖାଇବାକୁ ଥିଲେ ବି
ତୁ ଯେମିତି କହୁ 
ମୋତେ ଆଜି ଭୋକ ନାହିଁ କାହିଁ
ପେଟ ଟା ଗୁଡୁ ଗୁଡୁ ହାଇଁ ପାଇଁ
ମୋର ଆଜି ସୁଦସା ବ୍ରତ ନୀଳବାର ଓଷା 
ଇତ୍ୟାଦି କହୁ
 ସର୍ବ କଲ୍ୟାଣେ ଶୋଇବାକୁ ଉପାଷେ

ତୋତେ ଦିଶିଯାଏ ସବୁ ସମସ୍ୟା ଆଗରୁ
ଦୁଇ ଚାରିଟା ସମାଧାନ ଆବେଗରୁ
ଗ୍ରହଣୀୟ ହେଉ କି ନ ହେଉ
ଶ୍ରବଣୀୟ ହେଉ କି ନ ଦେଇ
କହିବାକୁ କନ କନ ଭିଡ ଭିତରୁ

ପୃଥିବୀର ଲୁହ ସେମିତି
କାହାକୁ ଦିଶୁ କି ନ ଦିଶୁ
କରୁଣାମୟୀ ମୋ ବୋଉ କୁ 
ମମତାମୟୀ ପୃଥିବୀ ମା'ର 
ଆକ୍ତାମାକ୍ତା କାରୁଣ୍ୟ ବାସୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy