STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଥୁଣ୍ଟା ତାଳଗଛ

ଥୁଣ୍ଟା ତାଳଗଛ

2 mins
391


ବିଦ୍ୟୁତ ସକଟ ପାଏଁ ପାଏଁ ଧାଉଁଛି 

ରହି ରହିକା ହର୍ଣ୍ଣ ବଜେଇ

ଷ୍ଟେସନ ପରେ ଷ୍ଟେସନ ଡେଇଁ

ମନ ଖୁସିରେ ଗଡି ଚାଲିଛି ବଢି ଚାଲିଛି ।


ଗବାକ୍ଷ ଫାଙ୍କରୁ ଦିଶି ଯାଉଛି

ଧରଣୀ ମା'ର ଦୃଶ୍ୟ ସାୟଂତନ 

ଶୋକ ପାସୋରା ଅପ୍ସରା ଇନ୍ଦ୍ର ଭୂବନ

ଲୋହିତ ରଙ୍ଗରେ ରଙ୍ଗାୟିତ ପଶ୍ଚିମାଞ୍ଚଳ

କନକାକ୍ଷରେ ଲେପିତ ରୋମାଞ୍ଚିତ ଆଞ୍ଚଳ ।


ଯୋଜନ ଯୋଜନ ବିଲ ବଣ ପ୍ରାନ୍ତର 

ଆଦିଗନ୍ତ ନଈ ନାଳ ଶଇଳ କେଦାର

କେଉଁଠି ଲହ ଲହକା ସୁବର୍ଣ୍ଣ ଧାନକ୍ଷେତ 

ଅନ୍ୟ କେଉଁଠି ମାଳ ମାଳ ତରୁ ତୃଣ ସମ୍ଭାର

 ସବୁ ଦୌଡୁଛନ୍ତି କିଛି କ୍ଷଣ 

ପୁଣି ଓଳଗି ମାଗି 

ପଛରେ ରହି ଯାଉଛିନ୍ତି ଜଣକୁ ଜଣ

କାହିଁ କେତେ ପଛରେ

ଦିଗବଳୟର ଚକ୍ରବାଳ ବିଶାଳ ଛାତି ଭିତରେ ।


ହେଇ ତାଳଗଛ ଦେଖ ମାଳକୁ ମାଳ  

ଦଣ୍ଡାୟମାନ ଦରୁଆନ

ଲମ୍ବା ଡେଙ୍ଗା ଯେମିତି ଆକାଶଙ୍କୁ

ଛୁଇଁଛି ମଥାନ

ତାଳ ବାହୁଙ୍ଗା ସବୁ କିରୀଟ ପ୍ରାୟ

ମସ୍ତକ ଶୋଭନ

କିଛି ବରଡ଼ା ପାଚି ଶୁଖି ଓହଳିଛନ୍ତି

କିଛି କ୍ଷଣେ

ଖସି ପଡିବେ ଉତ୍ତାରି

ଛିନ୍ନ ଭିନ୍ନ କରି ସବୁ ସଂପର୍କ ସଂପନ୍ନ ।


କାନ ମୋର ଶୁଣିଛି ଅନେକ ବାର

ଉପର ବରଡ଼ା ହସୁଛି

ତଳ ବରଡ଼ା ଖସୁଛି

ମୋ ଦିନ କାଳ ସରିଲା ଜାଣ

ତୋ ଦିନ କାଳ ଆସୁଛି ବେଗି

ରହିବୁ ରେ ସାବଧାନ ।


କହରେ ସାଙ୍ଗ !

ଜୀବନ ମାନେ କ'ଣ ସମୟର ଚକର

କହୁଛି କଟୁ ସତ୍ୟ ଜହର

ଆଜି ସିନା ଯୌବନ ଲହ ଲହ

କାଲି କି ଆସିବ ଅବଶ୍ୟ

ବାର୍ଦ୍ଧକ୍ୟ ବିଷମ ଶେଷ ସମୟର ।


କିଛି ଥୁଣ୍ଟା ତାଳଗଛ ଦିଶୁଛି ମଝିରେ

ମସ୍ତକ ବିହିନ କବନ୍ଧ ପରି 

ଇତିହାସ ବହିରେ

କୁଶାଣ ରାଜା ମସ୍ତିସ୍କ ବିହିନ କନିଷ୍କ ପରି

ବିରାଜନ୍ତି ଅଚଳେ ନିଶ୍ଚଳେ

ବିକଟାଳ ଅଟ୍ଟହାସ୍ୟ କରନ୍ତି ଦୁଃଖରେ

କାରଣ ବୋଧହୁଏ

ବଜ୍ରାଘାତ ଚଡ଼କ ର ଆକ୍ରମଣ

ମୁଣ୍ଡ ହୀନ ସିର ସାର ଶୂନ୍ୟ

କରିଛି ସାରିଛି ମାରିଛି ଯେସନ ।


ଭାବିଲେ ଲୁହ ଝରିଯାଏ

ପଥର ଛାତିରୁ

ଭାବି ବସିଲେ ଇଜରାଏଲ -ହାମାସ ଯୁଦ୍ଧର ତାଣ୍ଡବ କ୍ଷେତ୍ରରୁ

ରୁଷ - ଯୁକ୍ରେନ ର ଧ୍ଵଂସଲୀଳା କ୍ଷେତରୁ

କେତେ ଏମିତି ଗଣ୍ଡି ମୁଣ୍ଡ ଅଲଗା

ହୋଇଥିବେ

ନୀରିହ ନିଷ୍ପାପ ମଣିଷମାନେ

ହିସାବ ରଖିଛି କିଏ

ହାତ ଗଣତିରେ କିଛି ମୁଷ୍ଟିମେୟ

ଫଇସଲା କଲେ ହେବାକୁ

ଅଜେୟ 

ଯୁଦ୍ଧମ୍ ଦେହୀ ର ତୁରୀ ଭେରୀ

ବଢେଇଲେ 

ଲକ୍ଷ ଲକ୍ଷ ସୈନ୍ୟ କଲେ ମୃତୟନ

ଟ୍ଯାଙ୍କ କ୍ଷେପଣାସ୍ତ୍ରର ବହୁଳ ବ୍ୟବହାର

ରକେଟ ମାଡ଼ ଘନ ଘନ

ଯାହା ବି କୁହ

ସବୁ ତ ମଣିଷର ଆବିଷ୍କାର

ଉନ୍ନତ ମସ୍ତିଷ୍କର ଉଦ୍‌ଭାବନ

ସତରେ କଣ ମଣିଷ ମାରିବା ପାଇଁ

ଜନ୍ମିଲା ଜ୍ଞାନ ବିଜ୍ଞାନ ପ୍ରଜ୍ଞାନ !,


ସତ ଧିକ୍କାର କରେ

ମଣିଷ ମାରିବାକୁ ଅନ୍ୟ ଜଣେ ମଣିଷ

ଆୟୁଧ କରୁଛି ବିଜ୍ଞାନର ମାର୍ଗ

ଛାତି ଫୁଲେଇ କହୁଛି

ଆମେ ପରା

ବିକଶିତ ଦେଦୀପ୍ଯମାନ ଭାଗ୍ୟବାନ

ସସାଗରା ଧରାର ଏକ ନମ୍ବର ସର୍ବଶକ୍ତିମାନ ।


ମିଛ ଡାହା ମିଛ

ସବୁ କେବଳ ପ୍ରହସନ

ବଣ ମଣିଷ ଠାରୁ

ଲଙ୍ଗଳା ପୁଙ୍ଗୁଳା ପ୍ରସ୍ତର ଯୁଗର ମଣିଷ ଠାରୁ

ଆଦିମ ମାନବ ଠାରୁ ଶହେ ଗୁଣ

ନିକୃଷ୍ଟ ନରାଧମ 

ଥୁଣ୍ଟା ତାଳ ଗଛ ଠାରୁ ବି ଦୀନ ହୀନ ନ୍ୟୁନ ।


Rate this content
Log in

Similar oriya poem from Tragedy