STORYMIRROR

BHARAT CHARAN BEHERA

Tragedy

3  

BHARAT CHARAN BEHERA

Tragedy

ଭଗ୍ନ ହୃଦୟ

ଭଗ୍ନ ହୃଦୟ

1 min
323

ଇଚ୍ଛା ହୁଏ ଆଜି ମୋର

ହଜିବାକୁ ସାଗର ବୁକୁରେ

ଶୁନ୍ୟ ହେଇ ମିଶିବାକୁ

ଶୂନ୍ୟ ମଣ୍ଡଳରେ

ସ୍ତବ୍ଧ ମୋ ପୃଥ୍ବୀ ଆଜି

ନିରବିତ ପଲ୍ଲବୀ

ସ୍ଥିତପ୍ରଜ୍ଞ ପ୍ରଜ୍ଞା ମୋର

ଦୁଃଖ ଯାର ସାଥୀ

ତେଣୁ ଇଚ୍ଛା ହୁଏ ଜଳିବାକୁ

କରିବାକୁ ଅଗ୍ନି ସ୍ନାନ

ପ୍ରଜ୍ବଳିତ ତପନ ବୁକୁରେ

କିମ୍ବା ଚାପି ହେଇ

ମରିବାକୁ ଇଛା ହୁଏ

ପାତାଳ ଗର୍ଭରେ

ଯେଣୁ ମୁଁ ହରାଉଛି ଆଜି

ପାଇବାର ସୁଖ

ମଉନେ ଯାଉଚି ଝରି

ହେ ମୋ ଅତୀତ

ମନେ କେବେ ନକରିବ ଦୁଃଖ  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy