STORYMIRROR

BHARAT CHARAN BEHERA

Others

3  

BHARAT CHARAN BEHERA

Others

ନୂଆ ବରଷ ନୂଆ ଉଲ୍ଲାସ

ନୂଆ ବରଷ ନୂଆ ଉଲ୍ଲାସ

1 min
240

ସ୍ୱପ୍ନର ସମ୍ଭାର ନେଇ     

ଚିରି ବୁକୁ ଘନ ତାମସୀର 

ସ୍ୱର୍ଣ୍ଣ ମୟୀ ଅରୁଣୀମା     

ଆଭା ଶିକ୍ତ କବରୀ ଧରାର।


ଉଙ୍କି ମାର କିଏ ତୁମେ   

ଉଷା ଲଗ୍ନ ଶୁଭ ମୁହୂର୍ତ୍ତରେ 

ପ୍ରାଣ ସ୍ପର୍ଶ ଦେଇ ଚାଲ      

ଉଜ୍ଜ୍ବଳିତ କରି ଧରା ତଳେ।


ଘେନି କିବା ଆସ ତୁମେ     

ନୂଆ ଆଶା ଆକାଂକ୍ଷା ଉଲ୍ଲାସ 

ବାସ ଶିକ୍ତ ମଧୁ ପେୟୀ     

ନାମ ତୁମ ନୂତନ ବରଷ।


ସ୍ପନ୍ଦିତ ସକଳ ଜୀଵ     

ଉତ୍ଫୁଲିତ ତବ ଆଗମନେ 

ତେଜି ସର୍ବେ ତୁଳୀ ତଳ୍ପ     

ଦିବା ରମ୍ଭେ ବିଭୁଙ୍କୁ ସ୍ମରଣେ।


 ନବ ବର୍ଷ ନବ ଆଶା      

ପୁଲ୍ଲକିତ ତନୁ ମନ ସର୍ବ 

ବିଞ୍ଚି ଦିଅ ତୁମେ ସବୁ       

ଆଶା ବିଶ୍ୱାସର ବଇଭଵ।


ସକଳ ସଜୀବ ଜୀବ       

ସର୍ବ ଜଡ ସର୍ବ ଅଇଶୂର୍ଯ୍ୟ 

ନୂଆ ବର୍ଷ ନୂଆ ରୂପ      

ନେଇ ଆସୁ ସକଳ ମାଧୁର୍ଯ୍ୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍