STORYMIRROR

BHARAT CHARAN BEHERA

Tragedy

3  

BHARAT CHARAN BEHERA

Tragedy

ଦୁଃଖୀ ଜୀବନର ଗାଥା

ଦୁଃଖୀ ଜୀବନର ଗାଥା

1 min
147

ମୁଁ ନୁହେଁ କବି ଲେଖିବାକୁ କାହା

ପ୍ରୀତି ପ୍ରଣୟର କଥା

କବି ଭାବନାରେ ଦେଖିଛି ମୁଁ ଆଜି

ସକଳ ପ୍ରାଣୀଙ୍କ ବ୍ୟଥା


ତୁମେ ତ ଦେଖିଛ କଲମର ଗାରେ 

ଫୁଟୁଛି ସୁନ୍ଦର ଭାଷା

ସହର ବଜାରେ ରମ୍ୟ ପ୍ରତିଛବି 

ଉନ୍ନତି ଚିତ୍ରର କଥା


ମୁଁ ଦେଖିଛି ତହିଁ କ୍ଷୁଧାତୁର ପ୍ରାଣ

ବିକଳ ମନର କଥା

ଧୂଳି ଧୂସରିତ ମଳିନ ବସ୍ତ୍ରରେ

ଗାଉଛି ଜୀବନ ବ୍ୟଥା


ରମ୍ୟ ଅଟାଳିକା ସୁରମ୍ୟ କୋଠରୀ

ଅନ୍ତରେ ଉଲ୍ଲାସ ଭାବ

ତୁମ ମାନସର ସୁରମ୍ୟ ପ୍ରାସାଦ

ଭରେ ସକଳ ଆହ୍ଲାଦ


ସେ ଅଲ୍ଲାଦେ ଦିଶେ ମୋ କବି ନୟନେ

କୋଟି ଜନତାର ଦୁଃଖ

ଭୋକିଲା ପେଟରେ କଙ୍କାଳ ଶରୀରେ

ହଜିଛି ତାହାର ସୁଖ


ବିନ୍ଦୁ ବିନ୍ଦୁ ତାର ରକତ ସିନ୍ଧୁରେ

ଗଢା ତୋର ଇତିହାସ

କୁତ୍ସିତେ ବିତିଛି ଜୀବନ ତାହାର

ଲିଭିଛି ତା ଓଠୁ ହସ


ତୋ ପୋଷା କୁକୁର ତୂଳୀତଳ୍ପ ସେଜେ

ଖାଏ ସୁଆଦିଆ ଦାନା

ଭୋକିଲା ମଣିଷ ମାଟିରେ ସେ ଗଡେ

ଦେଇ ପେଟେ ଓଦା କନା


ସୁଢ଼ଳ କୋମଳ ଅଙ୍ଗ ସୌଷ୍ଠବ 

ଚାକ ଚକ୍ୟ ଆଭିଜାତ୍ୟ 

ସୁସ୍ୱାଦୁ ବ୍ୟଞ୍ଜନେ ପେଟ ପୁରେ ତୁମ

ଯାହା ପରିଶ୍ରମେ ନିତ୍ୟ


ତୁମରି ରକ୍ତରେ ମିଶିଛି ତା ସ୍ଵେଦ

ଲୁହ ଲହୁର ଧାରେ

ହଜାଇ ଦେଇଛି ସପନ ତାହାର

ତୁମ ସୁଖ ପାରିଧିରେ


ତୁମ ଜୀବନର ପ୍ରତିଟି ସୁଖରେ

ଲୁଚିଛି ତାହାର ଦୁଃଖ

ନିଜର କଷଣ ଅନ୍ୟର ସେବାରେ

ମିଶିଛି କିପରି ଦେଖ


କବି ନୁହେଁ ମୁଁ ଯେ ଦରଦୀ ହୃଦୟେ

ଲେଖୁଛି ଦୁଃଖିର ଗାଥା

ଦୁଃଖି ମଣିଷର ସକଳ ଦୁଃଖରେ

ଦେଖିଛି ତା ମନ ବ୍ୟଥା


ତୁମ ଜୀବନର ତୂଳୀ ତଳପର

ଏକା ସେହି ଯେ ବିନ୍ଧାଣି

ଦିନ ଯାଉଥିବ ସମୟ କହିବ

ତାର କରୁଣ କାହାଣୀ



Rate this content
Log in

Similar oriya poem from Tragedy