STORYMIRROR

Manorama Mohanty

Tragedy

3  

Manorama Mohanty

Tragedy

କାହାକୁ କାହିଁକି କହିବା

କାହାକୁ କାହିଁକି କହିବା

1 min
378


ବାପା ମାଆ ଠାରୁ ବଳେଇ ଗଲେଣି 

ପୁଅ ଝିଅ ଆଉ ଭେଣ୍ଡିଆ ନାତି 

ଜନତାଙ୍କ ଠାରୁ ବୁକେଇ ଗଲେଣି 

ଖଚ ମିଛ କୁହା ନେତା ଓ ନେତ୍ରୀ

ବକ୍ତା ଠାରୁ ଶ୍ରୋତା ବଳି ପଡିଲେଣି 

ନାହିଁ ଶୁଣା ଆଉ ପୁରାଣ ପୋଥି

ସଭିଏଁ ସଭିଙ୍କି ଆଗୁଆ ହେଲେଣି 

କିଏ ବା ଶୁଣୁଛି କାହାର ଉକ୍ତି 

  କାହିଁକି କାହାକୁ କହିବା..

ସବୁ ଦେଖିଶୁଣି ନ ଦେଖିଲା ପରି ଅଭିନୟ ଖାଲି କରିବା |


ବିପ୍ଳବର ଏଠି କଳନା ହୁଏନି 

ସ୍ୱାଭିମାନୀ କହେ ଫୁଲାଇ ଛାତି 

ଏଠି ସଭିଏଁ ତ ସବୁ ବୁଝିଲେଣି 

କଳିଗୋଳ ଆଉ ଅଯଥା ଯୁକ୍ତି 

ଏଠି ଛଦ୍ମବେଶୀ ପୁରୋହିତ ସିନା

ବଦଳାଇ ଦିଏ ପଇତା ନିତି 

କେଇ ଖିଅ ସୂତା ପକାଇ କାନ୍ଧରେ 

ବଳି ଦିଏ ନିଜ ସଂସ୍କାର ନୀତି 

  କାହାକୁ କାହିଁକି କହିବା....

ଆପଣା ହସ୍ତରେ ନିଜ ଜିହ୍ୱା ଛେଦି

ବିନା ଦୋଷେ ଦଣ୍ଡ ପାଇବା |


ଚାଷୀ ଠାରୁ ଚାଷ ବଳି ପଡ଼ିଲାଣି 

ନାହିଁ ଆମଦାନୀ ବିଶେଷ କିଛି 

ଏଠି ବିଷ ଠାରୁ ବେଶୀ କୀଟାଣୁର ଭୟ

ହତାଶ ହେଲେଣି ଯେତେକ ଚାଷୀ 

ଖାଦ୍ୟ ଠାରୁ ପୁଣି ଖାଦକର ଭୟ 

ଖାଉଟି ମନରେ ନାହିଁଟି ଖୁସି 

ମନରୁ ଭୁଲନ୍ତି ଭାଇଚାରା ଭାବ 

ହିଂସା ରାହାଜାନି ଆସଇ ଧସି  

  କାହାକୁ କାହିଁକି କହିବା...

ନିଜେ ବଞ୍ଚିଥିଲେ ବୋପାର ତ ନାଆଁ

  ମିଛରେ କାହିଁକି ଧୁଣ୍ଡିବା |


ପବନଠୁଁ ବଳି ପ୍ରଗତିର ବେଗ 

ପ୍ରତାରଣା କହେ ଫୁଲାଇ ଛାତି 

ମୁଁ ପରା ଏଠି ସାକ୍ଷାତ ଈଶ୍ୱର 

ଆସି ମାରିଦେବା ମୋ ଆଦତି 

  କହିଲେ କହିବ କହିଲା

ହାତ ଟେକିଦେଇ ଉପରବାଲାକୁ

 ଜଳ ଜଳ କରି ଚାହିଁବା 

  କାହାକୁ କାହିଁକି କହିବା....

ନ କହିବା ଭଲ କହିଲେ ତ ଭେଲ

 ଜାଣିଶୁଣି ଚୁପ ରହିବା |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy