STORYMIRROR

Goutam Meher

Tragedy

3  

Goutam Meher

Tragedy

ମାଆ ତୁମେ ଆସିଛ ବୋଲି

ମାଆ ତୁମେ ଆସିଛ ବୋଲି

1 min
371

ମାଆ ତୁମେ ଆସିଛ ବୋଲି

ସଜେଇ ହେଲାଣି କାଶତଣ୍ଡୀ

ଶୁଭ୍ର ସ୍ୱଚ୍ଛ ବେଶ ଧରି ,

ନିରିମାଖି ଶେଫାଳି

ସୁଗନ୍ଧିତ ବାସ୍ନାରେ

ମହକାଇ ଦେଲାଣି ମର୍ତ୍ତ୍ୟପୁରୀ l

  ମାଆ ଆସିଛ ବୋଲି........

ସ୍ତୁପୀକୃତ ମେଘ

ନୀଳ ଓଢଣୀ ପକାଇ

ସଜେଇ ହୋଇଛି ସ୍ୱାଗତ ପାଇଁ ,

ସବୁଜ ରଙ୍ଗର ଶାଢୀରେ

କ୍ଷେତ ହୋଇଛି ସଜବାଜ

ଧରି ରଙ୍ଗୀନ ଫୁଲର ଥାଳି l

  ମା ତୁମେ ଆସିଛ ବୋଲି.......

ଫେସବୁକ, ୟୁଟ୍ୟୁବ, ହ୍ଵାଟ୍ସଆପ

ଖବରକାଗଜ, ଟିଭି, ଟ୍ୱିଟର

ସଜେଇ ଦେଲେଣି ସବୁଠି ତୋହର ଛବି ,

ପୂଜା ମଣ୍ଡପ ଖିଲି ଖିଲି ହସି

ଚତୁଃର୍ଦିଗକୁ ଝଲସାଏ

ରଙ୍ଗୀନ ବିଜୁଳି ମାଳା ଦେହେ ବୋଲି l

  ମାଆ ତୁମେ ଆସିଛ ବୋଲି...



Rate this content
Log in

Similar oriya poem from Tragedy