ମାଆ ଗୋ ସ୍ୱାଗତ ତୋତେ
ମାଆ ଗୋ ସ୍ୱାଗତ ତୋତେ
1 min
162
ନିର୍ମଳ ଶରତେ ଏ ମହୀ ମଣ୍ଡଳେ
ମାଆ ଗୋ ସ୍ୱାଗତ ତୋତେ ,
ଧବଳ ବେଶରେ କାଶତଣ୍ଡୀ ଫୁଲ
ଚଉଦିଗେ ଖାଲି ହସେ ।
ରାସ୍ତା ଘାଟ, ବିଲ ପାଟ ବଣେ ରହି
ସଭିଙ୍କର ମନ ମୋହେ ,
ନାଚି ନାଚି, ହଲି ଝୁଲିଝୁଲି ଆଜି
ମାଆଙ୍କୁ ସ୍ୱାଗତ କରେ ।
ପ୍ରକୃତି ରାଣୀର ସବୁଜ ପଣତେ
ଧବଳ ବର୍ଣ୍ଣର ଧଡ଼ି ,
ନବ ଯୌବନରେ ନୂଆ ରୂପ ନେଇ
ଉଭା ଆଜି କାଶତଣ୍ଡୀ ।
ଅଧର୍ମ ଉପରେ ଧର୍ମର ବିଜୟ
ମାଗୋ ଦେଲୁ ସର୍ବେ ଶିକ୍ଷା ,
ଶାନ୍ତିର ବାରତା ନେଇ କାଶତଣ୍ଡୀ
ଭୂମଣ୍ଡଳେ ଆଜି ଉଭା ।
