STORYMIRROR

Goutam Meher

Children

3  

Goutam Meher

Children

ହେ ବୀର ସୁଭାଷ

ହେ ବୀର ସୁଭାଷ

1 min
174

ବିଶ୍ୱ ବିଜୟୀ ହେ ବୀର ସୁଭାଷ

ତୁମ ପାଦ ତଳେ କୋଟି ପ୍ରଣାମ,

ତ୍ୟାଗ ତପସ୍ୟାର ବହ୍ନି ଜଳାଇ

ଭାରତକୁ କଲ ଚିର ମହାନ  ll


ରାଷ୍ଟ୍ର ହିତ ପାଇଁ ଜନ୍ମିଲ ତୁମେ

ସୂର୍ଯ୍ୟ ସମ ଜାଜ୍ଵଲ୍ୟ ମଶାଲ ହୋଇ,

ମାତୃଭୂମି ଡାକେ ଆଜି ଲୁହ ଢାଳି

ଫେରି ଆସ ଥରେ ହେ ସୁଭାଷ ଭାଇ ll


ସିଂହ ଶିଶୁ ସମ ଦେଶ ସେବା କଲ

ଆଜାଦ ହିନ୍ଦ ଫୌଜ ଗଢି,

କନ୍ୟାକୁମାରୀଠୁଁ ହିମାଳୟ ଯାଏ

ଶୁଭେ ଦିଲ୍ଲୀ ଚଲୋ ବାଣୀ ll


ନ ଚାହିଁ ପଦ , ଯଶ ଓ ଗାରିମା

ସମର୍ପିତ ହେଲ ଦେଶ ମାତୃକାରେ ,

ମୋତେ ରକ୍ତ ଦିଅ ସ୍ୱାଧୀନତା ଦେବି

ଏ ବାଣୀ ସ୍ମରଣୀୟ ଯୁଗେ ଯୁଗେ ll


ଦୁର୍ଦ୍ଦିନ ଗ୍ରସ୍ତ ଭାରତ ବର୍ଷେ

ଦେବଦୂତ ସାଜି ହେଲ ଆବିର୍ଭୂତ ,

ଉଡିଲା ତ୍ରିରଙ୍ଗା ଲାଲ କିଲ୍ଲାରେ

ଜୟହିନ୍ଦ ନlରlରେ କରି ପ୍ରକମ୍ପିତ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children