STORYMIRROR

Goutam Meher

Tragedy

3  

Goutam Meher

Tragedy

ମା ତୁମେ ଆସିଛ ବୋଲି************

ମା ତୁମେ ଆସିଛ ବୋଲି************

1 min
361

ମା ତୁମେ ଆସିଛ ବୋଲି

ସଜେଇ ହେଲାଣି କାଶତଣ୍ଡୀ

ଶୁଭ୍ର ସ୍ୱଚ୍ଛ ବେଶ ଧରି ,

      ନିରିମାଖି ଶେଫାଳି

      ସୁଗନ୍ଧିତ ବାସ୍ନାରେ

    ମହକାଇ ଦେଲାଣି ମର୍ତ୍ୟପୁରୀ l

      ମା ତୁମେ ଆସିଛ ବୋଲି


ସ୍ତୁପୀକୃତ ମେଘ

ନୀଳ ଓଢଣୀ ପକାଇ

ସଜେଇ ହେଇଛି ସ୍ୱାଗତ ପାଇଁ ,

    ସବୁଜ ରଙ୍ଗର ଶାଢ଼ୀ ପିନ୍ଧି

    କ୍ଷେତ ହୋଇଛି ସଜବାଜ

    ଧରି ରଙ୍ଗୀନ ଫୁଲର ଥାଳି l

      ମା ତୁମେ ଆସିଛ ବୋଲି


ଫେସବୁକ, ୟୁଟ୍ୟୁବ , ହ୍ଵାଟ୍ସଆପ

ଖବର କାଗଜ, ଟେଲିଭିଜନ ,ଟ୍ୱିଟର

ସଜେଇ ଦେଲେଣି ସବୁଠି ତୋହରି ,

        ପୂଜା ମଣ୍ଡପ ଖିଲି ଖିଲି ହସି      

        ଚତୁଃର୍ଦିଗକୁ ଝଲସାଏ

        ରଙ୍ଗୀନ ବିଜୁଳି ମାଳା ଦେହେ ବୋଲି l

        ମା ତୁମେ ଆସିଛ ବୋଲି



Rate this content
Log in

Similar oriya poem from Tragedy