STORYMIRROR

Bishnupriya Palatasingh

Tragedy

3  

Bishnupriya Palatasingh

Tragedy

ସ୍ମୁତିରେ ସ୍ବପ୍ନ

ସ୍ମୁତିରେ ସ୍ବପ୍ନ

1 min
376

ଯେତେ ଜାଳିଲେବି ହୁଏନି ପାଉଁଶ,

ଛାତିତଳେ ତୁମ ପ୍ରୀତି…..

ଯେତେ ମାରିଲେବି ସରେନି ଆୟୁଷ,

ଏ ହୃଦେ ସାଇତିଛି ତୁମସ୍ମୃତି ।


ଭୁଲିବା ପାଇଁକି ଯେବେ ଚାହେଁ ମୁଁ ତୁମକୁ,

ମୋର ମନେପଡ଼ କାହିଁ ବେଶୀ…

ତୁମଠୁ ଦୂରେଇ ଦୂରେଇ ଯେତେ ମୁଁ ଯାଉଛି,

ପୁଣି କାହିଁ ମୋ ଭାବନାରେ ଯାଅ ମିଶି ?


କୃତ୍ରିମ ହସକୁ ମୋ ଓଠରେ ସଜେଇ,

ଲୁଚେଇ ରଖିଛି ଲୁହକୁ…..

କେଜାଣି କାହିଁ ସେ ବରଷି ଯାଉଛି,

ଦୂରେ ଦେଖିଲେ ତୁମକୁ ।


ମୋ ଉଦାସ ମନରେ ନିଆଁକୁ ଲଗେଇ,

ତୁମେ କାହିଁ ହୃଦୟକୁ ମୋ ଜାଳୁଛ ?

ନା ଦୂରଇ ଯାଉଛ, ନା ପାଖରେ ରହୁଛ,

କେଜାଣି କ'ଣ ଯେ ମୋ'ଠାରୁ ଚାହୁଁଛ ?


ତୁମରି ପ୍ରେମରେ ମୁଁ ଆଜି ହୋଇଛି କ୍ଷତାକ୍ତ

ଥରେ ଦେଖି ଯାଅ ମୋତେ ଆସି……

ଆତ୍ମା ମୋର କାଳେ ଏ ଦେହ ଛାଡ଼ି ଯିବ,

ଆଉ ଡେରି କରିବନି ବେଶୀ ।


ଦିନ ଥିଲା ସ୍ବପ୍ନ ସଜାଡ଼ିବାରେ ବ୍ୟସ୍ତ ଥିଲି ମୁଁ,

ଏବେ କାର ସ୍ବପ୍ନ ହେଇ ରହିଯିବି…. 

ମୁଁ ଗଲାପରେ ତୁମେ ମୋତେ ଭୁଲିବି ଗଲେ,

ଜାଣିବାକୁ ତୁମ ପାଖରେ କେବେ ମୁଁ ନଥିବି ।


ଆଖିରୁ ତୁମ ଝରାଇବନି କେବେବି ଟିକିଏ ଲୁହ,

ପୋଛିବା ପାଇଁ ଆସି ମୁଁ ପାରିବି ନାହିଁ….

ଭଲପାଏ ଯେଣୁ ଦେଖି ତୁମ ସେ ସଜଳ ଆଖିକୁ,

ଆତ୍ମା ମୋର ଶାନ୍ତି କି ପାଇବ ତହିଁ…..।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy