ନାଲିଶ୍
ନାଲିଶ୍


ଜୀବନ!
ମାଟି କାନ୍ଥ ଠଣାରେ,
ସାଇତା ଅପହଞ୍ଚ ଅଭିଳାଷ ।
ବର୍ଷାକୁ ଡରୁଡରୁ,
କାନ୍ଥ ଭୁଷୁଡ଼ି ଗଲା….
ଆଜିବି ଓଦା ଓଦା ନିଶ୍ୱାସ ।
ପରସ୍ତେ ଧୂଳି ଜମିଗଲା,
ଥାକ ଥାକ ଅଭିମାନରେ ।
ହଁ ସେବେଠୁ,
ନିଃସଙ୍ଗତା ହିଁ ସାଥି…
ଯାହା କିଛି ଶବ୍ଦ ସାଜେ ଅନୁଭୂତିରେ ।
ଅନେକ ଥର ଭାଙ୍ଗିଛି,
ଶକ୍ତ ହୋଇ ଗଢ଼ିହେବା ନିଶାରେ ।
ଆଜିବି ଚେଷ୍ଟା,
ଅଙ୍କିବାକୁ ଗାଁ ଦାଣ୍ଡ,
ଏ ଦେଖାଣିଆ ସହର ଗଳିରେ….
ଅନେକ ଥର ମରିଛି,
ଅଣଦେଖା ନଜରର କଥାରେ ।
ରାତିଵି ଭିଜିଛି,
ଅଦେଖା, ଅକୁହା ଲୁହରେ ।
ସେ ଅଭିଯୋଗ ଆଜିବି କରିନି,
ସାକ୍ଷୀ ଅଭାବରେ….. ।