STORYMIRROR

Bishnupriya Palatasingh

Children

3  

Bishnupriya Palatasingh

Children

ପିଲାଦିନ

ପିଲାଦିନ

1 min
131


ହଜେଇ ଦେଇଛି ମୋ ପିଲା ବେଳକୁ

ସମୟର ଜୁଆରରେ l

ଆଉ କି ଫେରିବ ବୟସ କୋଳକୁ

ଯେତେ ବି ଝୁରି କାନ୍ଦିଲେ l


ଛାଡି ଆସିଛି ମୁଁ ସେ ବାଲିଘରକୁ

ମୋ ଗାଁ ର ଚାଳଘରେ l

ଏ କୋଠାଘରକି ଦେଇ ପାରେ ଖୁସି

ଖୁସି ତ ମୋ ବାଲିଘରେ l


ଶୀତ ସକାଳରେ ସାଙ୍ଗ, ସାଥି ମେଳେ

ବସୁଥିଲୁ ଜାଳି ନିଆଁ l

କୁହୁଡି ଭିଜା ସେ ଶୀତୁଆ ସକାଳ

ଦିଶୁଥିଲା ଧୂଆଁ ଧୂଆଁ l


ବୋହୂ ବୋହୂ ଖେଳ ଖେଳୁଥିଲୁ ଆମେ

କଣ୍ଢେଇକୁ ସଜ କରି l

ଆଖି ପିଛୁଳାକେ ହେଇଯାଉଥିଲା

ସଢ଼େଇରେ ଭାତ, ଡାଲି l


ଜେଜେଙ୍କ କାନ୍ଧରେ ବସି ବୁଲିବାରେ

ଥିଲା ଯେତେ ମୋର ଖୁସି l

ଚାକଚକ୍ୟ ଜାନ ଦେଇକି ପାରିବ

ସେ ଖୁସିର ଅନୁଭୂତି l


ଟିକିଏ ବରଷା ବରଷିଲା ପରେ

ସାହି ଦାଣ୍ଡେ ପାଣି ସୁଅ l

ସେ ପାଣି ସୁଅରେ କାଗଜ ଡ଼ଙ୍ଗା

ବୋଇତ ତା ସରି ନୁହଁ l


ଖୁଦୁରୁକୁଣୀରେ ଫୁଲ ଚୋରି ପୁଣି

କୁମାର ପୂର୍ଣ୍ଣମୀ ପୁଚି l

ବୟସ ଉପରେ ଅଭିମାନ କରି

ଯାଇଛି କେବେଠୁ ଲୁଚି l


ଘର ଘର ବୁଲି ହାତେ ରଙ୍ଗ ଧରି

ଖେଳୁଥିଲି କେବେ ହୋଲି l

ସେ ଖୁସିର ରଙ୍ଗ ଫେରିକି ଆସିବ

ମୋ ମନେପଡୁଛି ବୋଲି l


ମାଇଲ୍ ମାଇଲ୍ ରାସ୍ତା ଅତିକ୍ରମ ପରେ

ଆଜି ମୁଁ ଯେଉଁଠି ଠିଆ l

ଶାନ୍ତି ଖୋଜୁ ଖୋଜୁ ଶାନ୍ତ ହେଇଗଲି

ଜୀବନଟା ବେପରୁଆ l 




Rate this content
Log in

Similar oriya poem from Children