ସେ କୁହେ
ସେ କୁହେ
1 min
159
ପୃଥିବୀ ସେ ପାଖେ
ଦୂର ଦିଗବଳୟରେ
ମେଞ୍ଚେ ସ୍ୱପ୍ନ ଆଙ୍କି ଦେଇ
ସେ କୁହେ
ମୋତେ ଭଲପାଇ ଆସେନି l
ପ୍ରେମାସିକ୍ତ ହିମ ରାତିରେ
ଅନ୍ତରଙ୍ଗ ଆଲିଙ୍ଗନ କରି
ଆଖିରେ ଆଖିଏ ଲାଜ ଭରି ଦେଇ
ସେ କୁହେ
ମୋତେ ଭଲପାଇ ଆସେନି l
ବୈଶାଖର ଡହ ଡହ ତାତିରେ
ଶୀତଳ ମିଶା ମହକ ଭରି
ପ୍ରେମ ପଂକ୍ତିଟିଏ ଲେଖି ଦେଇ
ସେ କୁହେ
ମୋତେ ଭଲପାଇ ଆସେନି l
ଅତୀତ କୁହୁଡିରେ
ଥରିଯାଇଥିବା ହୃଦୟକୁ
ତା ଛାତି ତଳେ ଉଷୁମ୍ ସ୍ପର୍ଶ ଦେଇ
ସେ କୁହେ
ମୋତେ ଭଲପାଇ ଆସେନି l