ଡରାଉଥିବା ମୁହୂର୍ତ୍ତ
ଡରାଉଥିବା ମୁହୂର୍ତ୍ତ

1 min

123
ଅନେକ କାଲିକୁ ନିଜର କରିବି ବୋଲି
ଆଖିକୁ ବୁଝେଇ ଦେଇଛି l
ସେ କାଲିକୁ ଆଉ ସେ ନୀରିଖି ଦେଖୁନି
ତାକୁ ସବୁ ଫିକା ଫିକା ଦିଶୁଛି l
କାଲିକୁ ଟିକେ ହସେଇବି ବୋଲି
ଆଜି ମୁଁ ଲୁହରେ ଭିଜୁଛି l
ସେ କାଲିର ସକାଳ କିଏ ଦେଖିଛି?
ମୁଁ ବେଶ୍ ଭଲରେ ଜାଣିଛି l
କିଛି ରିକ୍ତ ସ୍ଥାନକୁ ଭରିବି ବୋଲି
କାଲିକୁ ସାହାରା କରିଛି l
ଅନେକ କାଲିର ଯତ୍ନ ନେଉ ନେଉ
ଆଜିକୁ ହରେଇ ବସିଛି l