ଶୀତୁଆ ରାତି
ଶୀତୁଆ ରାତି
ତା ଅଧା ଲଙ୍ଗଳା ଦେହ
ଆଉ ଡରୁଆ ଡରୁଆ ଆଖି l
ଭୋକେ ଶୁଖିଲା ମୁହଁ
ବଡ ଦାରୁଣ ପରିସ୍ଥିତି l
କେବେ ବସ୍ ଷ୍ଟାଣ୍ଡରେ ବସେ
ଆଉ କେବେ ଷ୍ଟ୍ରିଟ୍ ଲାଇଟ୍ ତଳେ l
ଚାକଚକ୍ୟ ସହରକୁ ନିରେଖି ଦେଖେ
ତା ଅନ୍ଧାରୁଆ ବସ୍ତି ଆଢୁଆଳେ l
ତା କୁନି କୁନି ହାତ ଦୁଇ
ସାଉଁଟୁ ଥାଏ ଅଇଁଠା ବାସନ l
ଫୁଟଫାତର ଅଳିଆ ଗଦାରେ
ଗୁମୁରି କାନ୍ଦେ ତା ମଉଳା ସପନ l
ଶୀତ ରାତିରେ, ଫୁଙ୍ଗୁଳା ଦେହରେ
ହାଲିଆ ଆଖିକୁ ବୁଜିଦେଇ ଲୋଟି ପଡେ ତଳେ l
ପୁଣି ତର ତର ହୋଇ ଉଠିପଡି ବାହାରି ଯାଏ
ଜରିଗୋଟା ମଇଳା ବସ୍ତାନୀକୁ ଧରି କାନ୍ଧରେ l
ଭାରି ବ୍ୟସ୍ତ ଥାଏ ସେ ନିତିଦିନ
ତା କୁନି ପେଟକୁ ଦେଇ ମିଛ ପ୍ରତିଶୃତି l
ଟିକେ ଖାଦ୍ୟ ସନ୍ଧାନରେ ଗଳିକନ୍ଦି ବୁଲୁବୁଲୁ
ପୁଣି ହାଜର୍ ହେଇଯାଏ ଶୀତୁଆ ରାତି l