STORYMIRROR

Bishnupriya Palatasingh

Romance

4  

Bishnupriya Palatasingh

Romance

କିଛି ଅତ୍ମୀୟତାର କଥା

କିଛି ଅତ୍ମୀୟତାର କଥା

1 min
216

କିଛି କ୍ଷଣ ଅଟକାଇ ଦିଏ

ଏଣେ ତେଣେ ଦୌଡୁ ଥିବା,

ମୋ ବ୍ୟସ୍ତ ବିବ୍ରତ ମନକୁ

ଡହ ଡ଼ହ ଖରାକୁ ଅଣଦେଖା କରି

ଥକା ହୋଇ ବସିଯାଏ,

ନିଜ ଭିତରେ ସମାହିତ କରେ ତୁମକୁ l


ସବୁ କିଛି ସ୍ତବ୍ଧ, ଶାନ୍ତ ଲାଗେ

ବୟସ ଦେହେ ବୋଳି ଦିଏ,

କିଛି ଅନ୍ତରଙ୍ଗ ସତକୁ

ଅନୁଭବ କରେ ତୁମ ଉପସ୍ଥିତିକୁ,

ଝାଳ ମିଶା ସ୍ପର୍ଶକୁ

ମୋ କାନ ପାଖେ ତୁମ ଧୀର କଣ୍ଠ ସ୍ବରକୁ l


ଓଠ ହସେ,ଆଖି କିଛି କୁହେ

ତୁମେ ବୁଝି, କିଛି ବୁଝନି

ମୁଁ ସଜାଡି ନିଏ ନିଜକୁ

ମୋ ହାତଧରି ଟାଣି ନେଇଯାଅ ତୁମେ,

ଗନ୍ତବ୍ୟ ପରିଧିକୁ,

ମୁଁ ମାନିନିଏ ତୁମ ସଂଜ୍ଞାହୀନ ସର୍ତ୍ତକୁ l


Rate this content
Log in

Similar oriya poem from Romance