STORYMIRROR

Bishnupriya Palatasingh

Romance

4  

Bishnupriya Palatasingh

Romance

ଫଗୁଣ ରଙ୍ଗ

ଫଗୁଣ ରଙ୍ଗ

1 min
331

ମୋ ବେରଙ୍ଗି ଜୀବନ କାନ୍ଥରେ

ତୁମେ ଗାଢ଼ ରଙ୍ଗର ଛିଟା l

ଏମିତି ରଙ୍ଗେଇ ଦେଇଛ ଯେ,

ରଙ୍ଗ କେବେ ପଡ଼େନି ଫିକା l


 ଫାଲଗୁନର ଫଗୁ ସହିତ

ତୁମେ ସବୁ ବର୍ଷ ଆସୁଛ l

ରଙ୍ଗରେ ମୋ ଜୀବନ କାନ୍ଥକୁ,

ରଙ୍ଗେଇ ସଜେଇ ଦେଉଛ l


ତୁମେ ଏମିତି ରଙ୍ଗଉ ଥାଅ

ରଙ୍ଗର ସଜ ପ୍ରଲେପରେ l

ମୁଁ ରିକ୍ତ ପୃଷ୍ଠାକୁ ଭରୁଥିବି,

ଶବ୍ଦ, ଭାବ ମିଶା ସ୍ୟାହିରେ l


ନୂଆ ଶବ୍ଦ ଯୋଡି ହେଉଥାଉ

ପ୍ରେମର ପୁରୁଣା ପୃଷ୍ଠାରେ,

ଆମେ ଦୁହେଁ ମିଶି ଭିଜୁ ଥିବା,

ଫଗୁଣର ରଙ୍ଗ ଛିଟାରେ l


Rate this content
Log in

Similar oriya poem from Romance